କଟକ (କେନ୍ୟୁଜ୍) : ପବିତ୍ର ଜନ୍ମାଷ୍ଟମୀ ଅବସରରେ ଜଗତଜନନୀ ମା’ ଦୁର୍ଗାଙ୍କ ପ୍ରତିମୂର୍ତ୍ତି ଲାଗି ମାଟି ଉଠାଇଛନ୍ତି କଟକର କିଛି ପୂଜା କମିଟି । କଟକ ମଙ୍ଗଳାବାଗ ପୂଜା କମିଟି ପକ୍ଷରୁ ମହାନଦୀ କୂଳରୁ ମାଟି ଉଠାଯାଇଛି । ଏନେଇ କମିଟି ପରିସରରୁ ବାଜା ରୋସଣୀ ସହ ଘଣ୍ଟ ଘଣ୍ଟା ବାଦ୍ୟରେ ପଟୁଆର ବାହାରିଥିଲା । ମହାନଦୀ କୂଳରେ ରିତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯିବା ପରେ ମାଟି ଉଠାଯାଇଥିଲା । ଆଜି ନନ୍ଦୋତ୍ସବ ଅବସରରେ କାଠଯୋଡି ଦେବୀଗଡ଼ା ଓ ମହାନଦୀ କୂଳରୁ ମଧ୍ୟ ବିଭିନ୍ନ ପୂଜା ମଣ୍ଡପ ମାଟି ଉଠାଇବେ। ଭୁବନେଶ୍ୱରରେ ମଧ୍ୟ ମାଆ ଦୁର୍ଗାଙ୍କ ମୂର୍ତ୍ତି ତିଆରି ପାଇଁ ବିଭିନ୍ନ ପୂଜା କମିଟି ପକ୍ଷରୁ ପୂଜାର୍ଚ୍ଚନା କରାଯାଇ କୁଆଖାଇ ନଦୀ କୂଳରୁ ମାଟି ଉଠାଯାଇଛି।