ଆସନ୍ତାକାଲି ସୂର୍ଯ୍ୟୋପରାଗ: ସିଧାସଳଖ ସୂର୍ଯ୍ୟଙ୍କୁ ଦେଖିବା ମନା, ହୋଇପାରେ ଏହି ବଡ କ୍ଷତି

କେନ୍ୟୁଜ୍: ଆସନ୍ତାକାଲି ସୂର୍ଯ୍ୟୋପରାଗ । ସୂର୍ଯ୍ୟୋପରାଗ ମଣିଷର ଆଖି ଉପରେ ପ୍ରଭାବ ପକାଇଥାଏ । ଏହି ସମୟରେ ସୂର୍ଯ୍ୟଙ୍କଠାରୁ ଆସୁଥିବା ଅତିବାଇଗଣୀ ରଶ୍ମି ଆମ ଚକ୍ଷୁ ପାଇଁ ବହୁତ କ୍ଷତିକାରକ ହୋଇଥାଏ । ଏଥିପାଇଁ ପରାଗ ସମୟରେ ସୂର୍ଯ୍ୟଙ୍କୁ ସିଧା ଚାହିଁବା ମନା । ଏହି ରଶ୍ମି ଚକ୍ଷୁର ରେଟିନା ଥିବା ମାକ୍ୟୁଲାକୁ ପୋଡି ଦେଇଥାଏ । ଏହାକୁ ଇଂରାଜୀରେ ଏକଲିପ୍ସ ବର୍ଣ୍ଣ ବୋଲି କୁହାଯାଏ । ଥରେ ଏକଲିପ୍ସ ବର୍ଣ୍ଣ ହୋଇଗଲେ । ମଣିଷର ଦୃଷ୍ଟି ଶକ୍ତି ହ୍ରାସ ପାଇଥାଏ ଏବଂ ଏହା ରେଟିନାରେ ଥିବା ଫଟୋରିସେଫ୍ଟର୍‌ଗୁଡିକୁ କ୍ଷତି ପହଞ୍ଚାଇଥାଏ । ବର୍ତ୍ତମାନ ସୁଦ୍ଧା ଚିକିତ୍ସା ବିଜ୍ଞାନରେ ଏହାର ଚିକିତ୍ସା ନାହିଁ । ଏଣୁ ଆସନ୍ତା ୨୫ ତାରିଖରେ ହେବାକୁ ଥିବା ସୂର୍ଯ୍ୟେପରାଗ ସମୟରେ ସିଧା ସୂର୍ଯ୍ୟେଙ୍କୁ ଚାହିଁବେ ନାହିଁ । ଏପରିକି ପରାଗ ସମୟରେ ଘର ଭିତରେ ରହିବାକୁ ପରାମର୍ଶ ଦିଆଯାଇଥାଏ ।

ଏହି ସମୟରେ ବାହାରକୁ ବାହାରିଲେ ସୂର୍ଯ୍ୟୋଙ୍କଠାରୁ ଆସୁଥିବା ଖରାପ ରଶ୍ମିଗୁଡିକ ସ୍କିନ୍‌ର ମଧ୍ୟ କ୍ଷତି କରେ । ଏପରିକି ଏହି ରଶ୍ମି ସ୍କିନ୍‌କୁ ପୋଡିଦେଇ ସ୍କିନ୍‌ କ୍ୟାନସର୍‌ର କାରଣ ପାଲଟେ । ଛୋଟ ପିଲା, ଯୁବକ ଯୁବତୀମାନେ ସୂର୍ଯ୍ୟେପରାଗକୁ କୌଣସି କୃତ୍ରିମ ଉପାୟରେ ଦେଖିବା ଅନୁଚିତ । ଏହାଦ୍ୱାରା ଯୁବତୀ ଯୁବତୀଙ୍କ ମାକ୍ୟୁଲାର ବର୍ଣ୍ଣ ହୋଇ ସେମାନେ ଦୃଷ୍ଟି ଶକ୍ତି ମଧ୍ୟ ହରାଇଥାନ୍ତି ।

ପରବର୍ତ୍ତୀ ପର୍ଯ୍ୟାୟରେ ଏହା ମୋତିଆ ବିନ୍ଦୁ, ଗ୍ଲୁକୋମା, ସ୍ୱଚ୍ଛପଟ୍ଟଳ ଅସ୍ୱଚ୍ଛ ହେବା ପ୍ରଭୃତି ଚକ୍ଷୁ ସମସ୍ୟା ଦେଖାଦେଇଥାଏ । ତେବେ ସୂର୍ଯ୍ୟୋପରାଗ ଦେଖିବାକୁ ଇଚ୍ଛୁକ ବ୍ୟକ୍ତିମାନେ ବୈଜ୍ଞାନିକଙ୍କ ପରାମର୍ଶ ନେଇ ଆଲ୍‌ଟ୍ରାଭାୟୋଲେଟ୍‌ ରେଡିଏନସ୍‌ ଫିଲ୍ମ ମାଧ୍ୟମରେ ତାହାକୁ ଦେଖିପାରିବେ । ସୂର୍ଯ୍ୟୋପରାଗ ସମୟରେ କିଛି ଜରୁରି କାମ ଥିଲେ । ସମ୍ପୂର୍ଣ୍ଣ ଅଲ୍‌ଟ୍ରାସୋନିକ୍‌ ପ୍ରୋଟେକସନ୍‌ ଗ୍ଲାସ୍‌ ପିନ୍ଧିବା ସହ ସମଗ୍ର ଶରୀରକୁ ଆଚ୍ଛାଦିତ କରି ଘରୁ ବାହାରିବା ଉଚିତ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.