ଆସନ୍ତାକାଲି ସୂର୍ଯ୍ୟ ପରାଗ, ପ୍ରାୟ ୯ଶହ ବର୍ଷ ପରେ ସଂଘଟିତ ହେବ କଙ୍କଣକୃତି ଖଣ୍ଡଗ୍ରାସ ସୂର୍ଯ୍ୟୋପରାଗ

ଭୁବନେଶ୍ବର: ଆସନ୍ତାକାଲି ସୂର୍ଯ୍ୟ ପରାଗ । ପ୍ରାୟ ୯ଶହ ବର୍ଷ ପରେ ସଂଘଟିତ ହେବ କଙ୍କଣକୃତି ଖଣ୍ଡଗ୍ରାସ ସୂର୍ଯ୍ୟୋପରାଗ । ପୂର୍ଣ୍ଣ ପରାଗ ପଥ ଉତ୍ତର ଭାରତର ଅଳ୍ପ କିଛି ଅଞ୍ଚଳ ଦେଇ ଯିବ । ଓଡ଼ିଶାରେ ଚନ୍ଦ୍ର ସୂର୍ଯ୍ୟ ବ୍ୟାସକୁ ୬୦ରୁ ୭୨ ପ୍ରତିଶତ ଘୋଡାଇ ରଖିବ । ଓଡ଼ିଶାରେ ଏହା ଆଂଶିକ ଦୃଶ୍ୟ ହେବ । ଓଡ଼ିଶା ସମେତ ଭାରତର ସବୁ ଅଞ୍ଚଳରେ ଏହା ପ୍ରାୟ ପୂର୍ବାହ୍ନ ୧୦ଟା ୨୦ରେ ଆରମ୍ଭ ହୋଇ ଦିନ ୨ଟା ୨୦ରେ ଶେଷ ହେବ ।

୧୨ଟା ୧୫ରୁ ସାଢ଼େ ୧୨ଟା ମଧ୍ୟରେ ସର୍ବାଧିକ ପରାଗ ସଂଘଟିତ ହେବ । ଏଥିପାଇଁ ଗ୍ରହଣ ସ୍ପର୍ଶର ୧୨ ଘଣ୍ଟା ପୂର୍ବରୁ ଅର୍ଥାତ୍‌ ଆଜି ରାତି ୧୦ଟା ୩୮ଠାରୁ ପାକତ୍ୟାଗ ତଥା ଅନ୍ନଭୋଜନ ଏବଂ ଦେବନୀତି ନିଷେଧ । ସର୍ବମୋକ୍ଷ ଆସନ୍ତାକାଲି ଦିନ ୨ଟା ୯ ମିନିଟ୍‌ ପର୍ଯ୍ୟନ୍ତ, ସୂର୍ଯ୍ୟୋପରାଗର ବିଧିବିଧାନ ପାଳନ ଯୋଗୁ ଏହି ସମୟରେ ଦେବନୀତି ଓ ଅନ୍ନଭୋଜନ ସଂପୂର୍ଣ୍ଣ ନିଷେଧ କରାଯାଇଛି । ତେବେ ରାଜସ୍ଥାନ, ହରିଆଣା ଓ ଉତ୍ତରାଖଣ୍ଡରେ ପ୍ରାୟ ଏକ ମିନିଟ ଧରି ବଳୟ ସୁର୍ଯ୍ୟୋପରାଗ ଦେଖାଯିବ। ଦେଶର ଅନ୍ୟ ସବୁ ଅଞ୍ଚଳରେ ଆଂଶିକ ପରାଗ ଦେଖାଯିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.