୨୪ଘଣ୍ଟା ପରେ ଫେରିଲା ବିକ୍ରି ଶିଶୁ ପୁତ୍ର, ଜିଲ୍ଲା ଶିଶୁ ମଙ୍ଗଳ ସମିତିକୁ ହସ୍ତାନ୍ତର କଲା ପୋଲିସ

ପାରାଦୀପ: ୨୪ଘଣ୍ଟା ପରେ ଫେରିଲା ବିକ୍ରି ଶିଶୁ ପୁତ୍ର। ପାରାଦୀପରେ ଶିଶୁ ପୁତ୍ର ବିକ୍ରି ଘଟଣାରେ ସଫଳତା । ବିକ୍ରି ଶିଶୁ ପୁତ୍ରକୁ ଉଦ୍ଧାର କରି ଜିଲ୍ଲା ଶିଶୁ ମଙ୍ଗଳ ସମିତି କୁ ହସ୍ତାନ୍ତର କରିଛି ପୋଲିସ । ନବଜାତ ଶିଶୁଟି ଏବେ ସୁସ୍ଥ ଅଛି ଏବଂ ତାକୁ ଜିଲ୍ଲା ସରକାରୀ ଶିଶୁ ଆଶ୍ରମରେ ରଖାଯିବାର ବ୍ୟବସ୍ଥା କରାଯାଇଛି ।

ଗତ ରବିବାର ଦିନ ନୂଆବଜାର ଅଞ୍ଚଳର ଜଣେ ସ୍ଵାମୀ ପରିତ୍ୟକ୍ତା ମହିଳା ଅଠରବାଙ୍କୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ । ପିଲା ଜନ୍ମ ହେବା ପରେ ମହିଳା ଜଣକ ଜଣେ ବ୍ୟକ୍ତିଙ୍କୁ ଶିଶୁକୁ ଦେବା ପରେ ପାରାଦୀପ ଛାଡି ଚାଲିଯାଇଥିଲେ । ଶିଶୁ ବିକ୍ରି କଥା ପ୍ରଘଟ ହେବା ପରେ ପୋଲିସ ଓ ଜିଲ୍ଲା ଶିଶୁ ମଙ୍ଗଳ ସମିତି ତଦନ୍ତ କରିବା ସହିତ ପିଲାଟିକୁ ପୋଲିସ ନିକଟରେ ହସ୍ତାନ୍ତର କରିବାକୁ କହିଥିଲେ । ଶିଶୁକୁ ନେଇଥିବା ପରିବାର ଶିଶୁକୁ ପୋଲିସ କୁ ହସ୍ତାନ୍ତର କରାଯିବା ପରେ ତାର ସ୍ଵାସ୍ଥ୍ୟ ପରୀକ୍ଷା କରିବା ସହ ଚିକିତ୍ସା କରାଯାଇଥିଲା ।