ପାଣି ଉଠାଇବାବେଳେ ହତାଠ୍‌ ମାଡି ଆସିଲା ଝରଣା ପାଣି, ୨ରୁ ୩ ଘଣ୍ଟା ଯାଏ ହାତ ଧରାଧରି ହୋଇ ଫସି ରହିଲେ କାଉଡିଆ

ବରଗଡ଼(କେନ୍ୟୁଜ୍): ଅଚାନକ ମାଡି ଆସିଲା ଝରଣା ପାଣି। ଅଳ୍ପକେ ବର୍ତ୍ତିଲେ କାଉଡିଆଙ୍କ ଜୀବନ। ଏଭଳି ଅଘଟଣ ଘଟିଛି ବରଗଡ଼ ପଦ୍ମପୁର ନୃସିଂହନାଥ ମନ୍ଦିରରେ ।

ମନ୍ଦିର ପାଖରେ ଥିବା ଝରଣାରୁ ପାଣି ଉଠାଇବାବେଳେ ହତାଠ୍‌ ମାଡି ଆସିଲା ଝରଣା ପାଣି। ଏହି ସମୟରେ ପାଣି ମଝିରେ କାଉଡିଆମାନେ ଫସି ଯାଇଥିଲେ। ପ୍ରାୟ ୨ରୁ ୩ ଘଣ୍ଟା ପର୍ଯ୍ୟନ୍ତ ହାତ ଧରାଧରି ହୋଇ କାଉଡିଆମାନେ ଫସି ରହିଥିଲେ। ପରେ ଝରଣା ଜଳସ୍ତର କମିବାରୁ ସୁରକ୍ଷିତ ଭାବେ କୂଳକୁ ଆସିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.