ଆଠଗଡ଼: ତିଗିରିଆ ସୋମପଡ଼ା ସମବାୟ ନିର୍ବାଚନ ଅନିୟମିତତା ନେଇ ଚାଷୀ ଓ ପୋଲିସ୍ ମଧ୍ୟରେ ଠେଲାପେଲା,ଘଟଣା ସ୍ଥଳରେ ଚାପା ଉତ୍ତେଜନା
ଆଠଗଡ଼(କେନ୍ୟୁଜ୍): ଆଠଗଡ଼, ସମବାୟ ନିର୍ବାଚନୀ ଅନିୟମିତତାକୁ ବିରୋଧ କରି ତିଗିରିଆ ବ୍ଲକ୍ ସୋମପଡ଼ା ସମବାୟ ସମିତି କାର୍ଯ୍ୟାଳୟରେ ତାଲା ପକାଇଲେ ସ୍ଥାନୀୟ ଚାଷୀ । ସ୍ଥାନୀୟ ସମବାୟ ସମିତି ସମ୍ପାଦକଙ୍କ ମନମୁଖୀ କାର୍ଯ୍ୟ ଓ ବିନା ନିର୍ବାଚନ ବିଜ୍ଞାପନରେ ପ୍ରାଥି ଚୟନକୁ ନେଇ ସ୍ଥାନୀୟ ଚାଷୀ ମାନେ ସମବାୟ ସମିତି କାର୍ଯ୍ୟାଳୟ ଘରକୁ ତାଲା ପକାଇ ଦେଇଛନ୍ତି । ଠିକ୍ ସମୟରେ ବିଭାଗୀୟ କର୍ମଚାରୀ ମାନେ ଅଫିସ୍ କୁ ଆସୁନଥିବା ସହିତ ସ୍ଥାନୀୟ ଚାଷୀ ମାନଙ୍କୁ ସମବାୟ ସୁବିଧା ସୁଯୋଗ ଅବଗତ କରାଯାଉ ନଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି ।
ଅନ୍ୟ ପକ୍ଷରେ ଆଗକୁ ଆସୁଥିବା ସମବାୟ ସମିତି ନିର୍ବଚନ ପାଇଁ କୌଣସି ନୋଟିସ୍ ଜାରି ନକରି ସ୍ଥାନୀୟ ସମ୍ପାଦକ ଚଞ୍ଚକତା କରି ନିର୍ବାଚନ ପ୍ରତିନିଧି ଚୟନ କରୁଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଚାଷୀ ମାନେ । ଏହାକୁ ବିରୋଧ ଶତାଧିକ ଚାଷୀ ଆଜି ସୋମପଡ଼ା ସମବାୟ ସମିତି କାର୍ଯ୍ୟାଳୟ ତାଲା ପକାଇବା ସହ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ଯଦି ଆଗାମୀ ଦିନରେ ଦାବୀ ପୂରଣ ନହୁଏ ତେବେ ଏହାକୁ ତ୍ରିବ କରାଯିବ ବୋଲି ଚାଷୀ ମାନେ ଚେତାବନୀ ଦେଇଛନ୍ତି । ଘଟଣା ସ୍ଥଳରେ ଚାପା ଉତ୍ତେଜନା ଥିବା ବେଳେ ତିଗିରିଆ ପୋଲିସ୍ ଓ ତିଗିରିଆ ତହସିଲ୍ ଦାର ଘଟଣା ସ୍ଥଳରେ ଉପସ୍ଥିତ ରହି ଏହାର ତଦାରଖ କରୁଛନ୍ତି ।