ଯାଜପୁର: ପୁଅ ପଣିଆକୁ ଧିକାର, ବାପାଠାରୁ ସଂପତ୍ତି ନେବା ପରେ ୯୪ ବର୍ଷୀୟ ବୁଢ଼ା ବାପାକୁ ଘରୁ ତଡ଼ି ଦେଲେ ପୁଅ ବୋହୂ

ଯାଜପୁର(କେନ୍ୟୁଜ୍): ବାପାଠାରୁ ସଂପତ୍ତି ନେବା ପରେ ବୁଢ଼ା ବାପାକୁ ଘରୁ ତଡି ଦେଲେ ପୁଅ ବୋହୂ। ଯାଜପୁର ବିଂଝାରପୁର ଥାନା ସିଂହପୁର ଗାଁରେ ଏହି ଅଭାବନୀୟ ଘଟଣା ଘଟିିଛି। ୯୪ ବର୍ଷୀୟ ବୃଦ୍ଧ ବାପା ଥାନାରେ ଅଭିଯୋଗ କରି ନ୍ୟାୟ ଭିକ୍ଷା କରିଛନ୍ତି।

ଅଭିଯୋଗ ଅନୁସାରେ , ବାସୁଦେବଙ୍କ ବଡ ପୁଅ ରାମଚନ୍ଦ୍ର ଚଞ୍ଚକତା କରି ବାପାଠାରୁ ସବୁ ସଂପତ୍ତି ନେଇଯିବା ପରେ , ବାପାକୁ ଘରୁ ବାହାର କରି ଦେଇଛନ୍ତି । ନିର୍ଯାତନା ପାଇବା ପରେ , ଘରୁ ଆସି ପଡୋଶୀଙ୍କ ପିଣ୍ଡାରେ ଆଶ୍ରୟ ନେଇଛନ୍ତି ବାସୁଦେବ। ପରେ କେତେକ ସ୍ୱେଚ୍ଛାସେବୀ ତାଙ୍କୁ ସାହାଯ୍ୟ ସହଯୋଗ କରିଥିବା ଜଣାପଡିଛି। ଏନେଇ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ବାସୁଦେବଙ୍କୁ ଏ ଯାଏ କୌଣସି ନ୍ୟାୟ ମିଳିନଥିବା ଅଭିଯୋଗ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.