ପୁଅ ବୋହୂଙ୍କ ଏଭଳି କାଣ୍ଡ, ବାପାକୁ ଖୁଣ୍ଟରେ ବାନ୍ଧି ପିଟି ପିଟି ମାରି ଦେଲେ

କୋରାପୁଟ (କେନ୍ୟୁଜ୍‌) : ବୁଢ଼ା ବାପାକୁ ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ଖୁବ୍‌ ପିଟିଲେ ପୁଅ ବୋହୂ । ତାଙ୍କ ମାଡ଼ରେ ଚାଲିଗଲା ବୃଦ୍ଧଙ୍କ ଜୀବନ ।

ଏଭଳି ଏକ ଅମାନବୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରରେ । କେବଳ ପୁଅ ନୁହେଁ ପୁଅ ସହ ବୋହୁ ମଧ୍ୟ ସାଥ ଦେଇ ବୃଦ୍ଧଙ୍କୁ ଠେଙ୍ଗାରେ ପିଟି ମାରି ଦେଲେ । ସମସ୍ତଙ୍କ ସାମନାରେ ଏଇ ଘଟଣା ଘଟିଲା ହେଲେ କେହି ରୋକିଲେ ନାହିଁ କି ବାଧା ବି ଦେଲେ ନାହିଁ । ହେଲେ କେହି ଜଣେ ଘଟଣାର ଭିଡିଓ ସୁଟିଂ କଲେ । ଶେଷରେ ସମସ୍ତଙ୍କ ସାମନାରେ ଜୀବନ ଚାଲିଗଲା ବୟସ୍କ ବୃଦ୍ଧଙ୍କର।

ଲକ୍ଷ୍ମୀପୁର ଥାନା ଅଧୀନ ଉପରକୁଟିଙ୍ଗା ଠାରେ ଗତକାଲି ଏହି ଅଭାବନୀୟ ଘଟଣା ଘଟି ଯାଇଛି । ପୁଅ ଏବଂ ବୋହୂ ମିଶି ବୃଦ୍ଧ ବାପାଙ୍କୁ ପିଟିପିଟି ହତ୍ୟା କରିବା ପରେ ଶବ ସତ୍କାର କରି ଦେଇଥିଲେ । ତେବେ ଆଜି ସକାଳେ ଗାଁ ଦାଣ୍ଡରେ ବାନ୍ଧି ପିଟିପିଟି ହତ୍ୟା କରି ଥିବା ଭିଡିଓ ମୋବାଇଲ୍‌୍‌କୁ ମୋବାଇଲ ଘୂରି ବୁଲିବାର ଦେଖିବାକୁ ମିଳିଛି । ଭିଡିଓଟି ଭାଇରଲ ହେବା ପରେ ଲକ୍ଷ୍ମୀପୁର ପୋଲିସ ପଦକ୍ଷେପ ଗ୍ରହଣ କରିଛି ।

ଥାନା ଅଧିକାରୀ ଶ୍ୱେତପଦ୍ମା ସେଠ୍ ଏକ ପୋଲିସ ଟିମ୍ ନେଇ ଉପର କୁଟିଙ୍ଗାରେ ପହଞ୍ଚି ତଦନ୍ତ କରିଛନ୍ତି । ତେବେ କେଉଁ କାରଣରୁ ନିଜ ବାପା କୃଷ୍ଣ ମିନିୟାକାଙ୍କୁ ପୁଅ ବୋହୂ ମାରିଲେ ତାର କାରଣ ସ୍ପଷ୍ଟ ହୋଇନାହିଁ । ପୋଲିସ ପୁଅ ଓ ବୋହୂଙ୍କୁ ଥାନାକୁ ଆଣି ପଚରା ଉଚାରା କରୁଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.