ସମ୍ପତ୍ତି ଲୋଭରେ ବଡ ପୁଅ ପାଲଟିଲା ଶଇତାନ୍‌, ୭୦ ବର୍ଷର ବୃଦ୍ଧା ମାଆକୁ ନିସ୍ତୁକ ପିଟିଲା

ଜଳେଶ୍ୱର(କେନ୍ଯୁଜ୍): ସମ୍ପତ୍ତି ଲୋଭ ପାଇଁ ପୁଅ ପାଲଟିଗଲା ଶୈତାନ୍‌। ୭୦ ବର୍ଷର ବୃଦ୍ଧା ମାଆକୁ ନିସ୍ତୁକ ପିଟିଲା। ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି ବୃଦ୍ଧା ମାଆ। ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଅଗର୍ଦ୍ଦା ଗାଁରେ।

ସୂଚନା ଅନୁଯାୟୀ ଏହି ଗାଁର ରୋଜମାନ ବିବି ତାଙ୍କର ସମସ୍ତ ସମ୍ପତିକୁ ତାଙ୍କର ନାତି ମାନଙ୍କ ନାଁରେ କରିଦେଇଛନ୍ତି। ଯାହାକୁ ନେଇ ରୋଜମାନଙ୍କ ବଡ ପୁଅ ରୁସ୍ତମ ଖାଁ ଓ ତାଙ୍କ ସ୍ତ୍ରୀ ବୃଦ୍ଧାଙ୍କୁ ନିସ୍ତୁକ ମାଡ ମାରିଥିଲେ।

ସାନ ପୁଅ ଓ ବୋହୁ ଉଦ୍ଧାର କରିବାକୁ ଗଲାବେଳେ ସେମାନଙ୍କୁ ମଧ୍ୟ ବଡ ପୁଅ ଓ ବୋହୁ ଆକ୍ରମଣ କରିଥିଲେ। ଏନେଇ ରୋଜମାନ ବିବି କମର୍ଦା ଥାନାରେ ଅଭିଯୋଗ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.