ତାନ୍ତ୍ରିକ ସହ ମିଶି ବାପାକୁ ବଳି ପକାଇବାକୁ ଉଦ୍ୟମ କରୁଥିଲା କୁଳାଙ୍ଗର ପୁଅ, ଗ୍ରାମବାସୀଙ୍କ ଠାରୁ ଖବର ପାଇ ମାଡିବସିଲା ପୋଲିସ

କଳାହାଣ୍ଡି(କେନ୍ୟୁଜ୍):  କଳିଯୁଗର କୁଳାଙ୍ଗାର ପୁଅ । ନିଜ ଜନ୍ମ କଲା ବାପାକୁ ବଳି ପକାଇବାକୁ ଉଦ୍ୟମ କରୁଥିଲା ପୁଅ । ହେଲେ ଗ୍ରାମବାସୀଙ୍କ ଯୋଗୁ ପୁଅର ଯୋଜନା ପଣ୍ଡ ହୋଇଛି । ଘଟଣାଟି ହେଉଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା କଲମପୁର ବେଲପଡା ଅଞ୍ଚଳର । ତାନ୍ତ୍ରିକ ସହ ମିଶି ନିଜ ବାପାଙ୍କୁ ବଳି ପକାଇବାକୁ ପୂଜାର୍ଚ୍ଚନା କରୁଥିଲା ପୁଅ ଲିଙ୍ଗରାଜ ଭୋଇ ।

ଏନେଇ ଜାଣିବା ପରେ ପୋଲିସକୁ ଖବର ଦେଇଥିଲେ ପଡୋଶୀ । ପୋଲିସ୍‌ ପହଞ୍ଚିବା ପରେ କିଛି ସମୟ ପାଇଁ ଛକାପଞ୍ଛା ଲାଗିିଥିଲା । ଏପରିକି ଅଭିଯୁକ୍ତ ଲିଙ୍ଗରାଜର ଟାଙ୍ଗିଆ ଚୋଟରେ ଗ୍ରାମରକ୍ଷୀ ଆହତ ହୋଇଥିଲେ । ପରେ ଉଭୟ ଅଭିଯୁକ୍ତ ଏବଂ ତାନ୍ତ୍ରିକକୁ ଗିରଫ କରିଛି ଜୟପାଟଣା ପୋଲିସ୍‌ । ତେବେ ଅଭିଯୁକ୍ତ ପୁଅ ଲିଙ୍ଗରାଜ ମାନସିକ ଭିନ୍ନକ୍ଷମ ବୋଲି ଜଣାପଡିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.