ପୁଅର କାଠ ଫାଳିଆ ଓ ଶିଳପୁଆ ମାଡରେ ବାପା ମୃତ

କେନ୍ଦୁଝର : ପୁଅର କାଠ ଫାଳିଆ ଓ ଶିଳପୁଆ ମାଡରେ ବାପା ମୃତ । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ସଦାନନ୍ଦପୁର ଗାଁରେ। ଗାଁର ଗୁଣ୍ଡୁ ନାହାକ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଲାଗିଥିଲା । ଏହି ସମୟରେ ଗୁଣ୍ଡୁ ର ବାପା ଶଙ୍କରା ନାହାକ ପହଞ୍ଚି ସେମାନଙ୍କୁ ବାରଣ କରିଥିଲେ ।

ଏଥିରେ ଗୁଣ୍ଡୁ ରାଗିଯାଇ ନିଜ ବାପାଙ୍କ ମୁଣ୍ଡକୁ କାଠ ଫାଳିଆ ଓ ଶିଳପୁଆରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଶଙ୍କରାଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକେ ହରିଚନ୍ଦନପୁର ଡାକ୍ତରଖାନା ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ଅଭିଯୁକ୍ତ ଗୁଣ୍ଡୁକୁ ଅଟକ ରଖି ପଚରା ଉଚୁରା କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.