ପାରିବାରିକ କଳହର ଉଗ୍ର ରୂପ: ପୁଅ ମୃତ, ବାପା ଗୁରୁତର ଆହତ

ମାର୍ଶାଘାଇ(କେନ୍ୟୁଜ୍‌): କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ସାନ ଅଢଙ୍ଗା ଗ୍ରାମରେ ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି। ବାପ ପୁଅଙ୍କ ମଧ୍ୟରେ ଗଣ୍ଡଗୋଳ ଘଟି ବଡ ପୁଅର ମୃତ୍ୟୁ ଘଟିଛି। ଏହି ଗଣ୍ଡଗୋଳେରେ ବାପ ଏବଂ ଦୁଇ ପୁଅ ଗୁରୁତର ଆହତ ହୋଇଛନ୍ତି। ଘଟଣାସ୍ଥଳରେ ସମସ୍ତଙ୍କୁ ପାଟକୁରା ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ନିମନ୍ତେ ନିଆଯାଇଥିଲା। ସେଠାରେ ବଡ ପୁଅ ଏବଂ ବାପା ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।

ଚିକିତ୍ସା ଧୀନ ଅବସ୍ଥାରେ ବଡ ପୁଅ ଉମାକାନ୍ତ ମିଶ୍ରଙ୍କର ମୃତ୍ୟୁ ହୋଇଛି। ବାପାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି। ଉକ୍ତ ଘଟଣା ସମ୍ପର୍କରେ ପାଟକୁରା ଥାନାରେ ମାମଲା ରୁଜୁ ହେବା ପରେ ପୋଲିସ ସାନ ପୁଅକୁ ଥାନାରେ ଅଟକ ରଖିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.