ନବରଙ୍ଗପୁର: ଅସୁସ୍ଥ ମା’ର ଜୀବନ ବଞ୍ଚାଇବାକୁ ଯାଇ ପୁଅର ମୃତ୍ୟୁ

ନବରଙ୍ଗପୁର : ମାଆର ଚିକିତ୍ସା କରିବାକୁ ଆସି ପୁଅର ମୃତ୍ୟୁ । ନବରଙ୍ଗପୁର ଜିଲ୍ଲା ଚେପଟିମ୍ଆମ୍ବା ଗାଁରେ ଘଟିଛି ଘଟଣା । ମାଆର ଚିକିତ୍ସା ପାଇଁ ପୁଅ ମଧୁ ଜାନି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ମାଆକୁ ରକ୍ତର ଆବଶ୍ୟକ ଥିବାରୁ ନିଜେ ରକ୍ତ ଦେଇଥିଲେ । ପରେ ମଧୁ ଯାନୀ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ ଘଟିଥିଲା ।

ସେହିପରି ୧୫ ଦିନ ମଧ୍ୟରେ ଝାଡାବାନ୍ତିରେ ଦୁଇ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ସ୍ବୀକାର କରିଛି । ସେପଟେ ଝାଡ଼ାବାନ୍ତି ବ୍ୟାପିବାର କାରଣ ଖୋଜିବାକୁ ଗାଁରେ ପହଁଚିଛନ୍ତି ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତରୀ ଟିମ୍ । ଝରିଗାଁ ଚେପିଟିଆମ୍ବ ଗାଁର ୪ ଜଣ ଗୁରୁତର ଆକ୍ରାନ୍ତଙ୍କୁ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ୧୦ ଜଣଙ୍କୁ ଗାଁରେ ହିଁ ଚିକିତ୍ସା କରୁଛନ୍ତି ଡାକ୍ତରୀ ଟିମ୍ । ମଧୁ ଜାନିଙ୍କ ମୃତ୍ୟୁ ପରେ ଏବେ ଆତଙ୍କିତ ଅବସ୍ଥାରେ ଝରୀଗାଁ ବ୍ଲକ ଚେପଟିମ୍ଆମ୍ବା ଗାଁ ବାସିନ୍ଦା ।

ତେବେ ଦୂଷିତ ପାଣି ପାଇଁ ଝାଡ଼ାବାନ୍ତି ବ୍ୟାପିଥୁବା କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ । ତେଣୁ ପାଣିକୁ ଫୁଟାଇ ପିଇବା ସହ ଘର ଚାରିପାଖ ପରିସ୍କାର ରଖୁବାକୁ ପରାମର୍ଶ ଦେଇଛନ୍ତି। ବର୍ଷା ଦିନେ ଦୂଷିତ ପାଣି ପାଇଁ ଦେଖା ଦେଉଛି ଝାଡ଼ାବାନ୍ତି । ଡାକ୍ତରୀ ଟିମ୍ ପକ୍ଷରୁ ପାଣି ନମୁନା ସଂଗ୍ରହ କରାଯାଇଥିବା ବେଳେ ପାଣିକୁ ଫୁଟାଇ ପିଇବା ପାଇଁ ପରାମର୍ଶ ଦିଆଯାଇଛି । ଯଦି କାହାକୁ ଡାଇରିଆ ଜନିତ ସମସ୍ୟା ହୁଏ । ତେବେ ସେମାନେ ତୁରନ୍ତ ତାଙ୍କ ଗାଁରେ ଥିବା ଏନେମ୍ ଓ ଆଶା ଦିଦିଙ୍କ ନିକଟରେ ଥିବା ଔଷଧ ଖାଆନ୍ତୁ ବୋଲି କହିଛନ୍ତି ଡାକ୍ତରୀ ଟିମ୍ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like