ପୁଅ ସାମ୍ନାରେ ଚାଲିଗଲା ବାପାର ଜୀବନ, କଲେଜ ଯାଉଥିବା ବେଳେ ଦୁର୍ଘଟଣା

ବଲାଙ୍ଗୀରି : ପୁଅ ସାମ୍ନାରେ ଚାଲିଗଲା ବାପାର ଜୀବନ । ଅଳ୍ପ ସମୟ ପରେ ପରୀକ୍ଷା ହଲରେ ପହଁଞ୍ଚି ପରୀକ୍ଷା ଦେଇଥାନ୍ତେ ପୁଅ । ହେଲେ ବିଧିର ବିଧାନ ଥିଲା କିଛି ଅଲଗା । ପରୀକ୍ଷା ଦେବା ପାଇଁ କଲେଜ ଯାଉଥିବା ବେଳେ ରାସ୍ତାରେ ଦୁର୍ଘଟଣା ଘଟି ବାପାଙ୍କ ଜୀବନ ଚାଲିଯାଇଛି । ପୁଅ ଗୁରୁତର ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଛି । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ବଙ୍ଗୋମୁଣ୍ଡା ଅଞ୍ଚଳରେ ।

ପାଟଣାଗଡ଼ ଅଞ୍ଚଳ ତାଳଜୁରି ଗାଁର ସମୀର ସା ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଦେବା ପାଇଁ କରଙ୍ଗାମାଲ କଲେଜକୁ ବାପାଙ୍କ ସହ ବାଇକରେ ଯାଉଥିଲେ। ବାପା ପ୍ରହ୍ଲାଦ ସାଙ୍କ ସହ ଯାଉଥିବା ବେଳେ ବଙ୍ଗୋମୁଣ୍ଡ ନୁଆ ପେଟ୍ରୋଲ ପମ୍ପ ପାଖରେ ଥିବା ଏକ ପୋଲ ନିକଟରେ ବାଇକ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିଲା ।  ଦୁର୍ଘଟଣାରେ ବାପା ଜଗନ୍ନାଥ ସାଙ୍କ ମୃତ୍ୟୁ ହୋଇଥିବା ବେଳେ ପୁଅ କଣ୍ଟାବାଞ୍ଜି ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ବଙ୍ଗୋମୁଣ୍ଡା ପୋଲିସ ଡାକ୍ତରଖାନା ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି।

 

 

ଆହୁରି ପଢ଼ନ୍ତୁ : ମୁଖ୍ୟ ରାସ୍ତା ପାଲଟିଲା ରଣକ୍ଷେତ୍ର: ଦୁଇଗୋଷ୍ଠୀ ଭିତରେ ମାରପିଟ, ତିନି ପ୍ଲାଟୁନ ପୋଲିସ ମୁତୟନ