ଜୟପୁର(କେନ୍ୟୁଜ୍): ଭୁଲ ହେଇଗଲା ଅନ୍ୟ ଜାତିରେ ଖାଇବା, ଆଉ ସେଥିପାଇଁ ଘର ଆଗରୁ ଉଠିଲାନି ଶବ ଓ ଆସିଲେନି ଗାଁ ଲୋକେ । ଶେଷରେ ଶବକୁ ଘୋଷାରି ଘୋଷାରି ନେଲା ପୁଅ । ଏମିତି କିଛି ଘଟଣା ଘଟିଛି ଜୟପୁର ବୈରାଗି ମଠ ଗାଁରେ। ବୈରାଗୀ ମଠ ଗାଁରେ ଛୁଆଁ ଅଛୁଆଁ ଆଗରେ ମାନବିକତା ମଧ୍ୟ ହଜିଯାଇଛି।
ମୃତ ବୃଦ୍ଧା ମୁକ୍ତା ପରଜାଙ୍କ ପୁଅ ମଙ୍ଗଳା ପରଜା ଅନ୍ୟ ଜାତିର ଘରେ ଛମାସ ତଳେ ଖାଇଥିଲେ। ଫଳରେ ଗ୍ରାମବାସୀ ମାନେ ମଙ୍ଗଳାର ପରିବାର ବାରଣ କରି ଭୋଜିଭାତରେ ବି ସାମିଲ କରୁ ନଥିଲେ । ଆଉ ଆଜି ମୁକ୍ତାଙ୍କ ମା ମୃତ୍ୟୁ ବରଣ କରିବାରୁ ଶବକୁ ଛୁଇଁ ନଥିଲେ ଆଉ ମୁକ୍ତାକୁ ମିଳିନଥିଲା ଚାରିକାନ୍ଧ । ଶେଷରେ ପୁଅ ମଙ୍ଗଳା ଶବର କୋକେଇକୁ ରାସ୍ତାରେ ଘୋଷାଡି ଘୋଷାଡି ନେଉ ଥିବାବେଳେ ବୋହୁ କୁନି ମିଶି ଶବକୁ ଧରି ଶ୍ମଶାନକୁ ନେଇଥିଲେ। ଏମିତିକି ବୋହୁ ମଧ୍ୟ କୋକେଇକୁ ଧରି ପାରୁନଥିଲେ ଆଉ ରାସ୍ତାରେ ଶବଟି ବାର ବାର ପଡୁଥିଲା । ସମୟ ଅନୁସାରେ ଦେଶ କେତେ ଆଗକୁ ଯାଇଥିଲେ ମଧ୍ୟ ଏଭଳି ଅନ୍ଧବିଶ୍ୱାସର ପରିଣତି ସମସ୍ତଙ୍କୁ ଚକିତ କରିଛି । ଏସବୁ ଉପରେ ରୋକ ଲାଗିବା ଆବଶ୍ୟକ ନୁହେଁ କି? କାରଣ ଯଦି ଏଭଳି ଅନ୍ୟ ଜାତି ଘରେ ଖାଇବା ଯୋଗୁଁ ଶବକୁ ସମ୍ମାନ ମିଳିବନି ତେବେ ଆମେ କେମିତି କହିବା ଆମେ ଉନ୍ନତ ମଣିଷ ବୋଲି?