କାମାକ୍ଷାନଗର : ଜ୍ବାଇଁ ଭୁଲିଗଲା ସମ୍ପର୍କ । ନିଜର ହିଁ ହାତରେ କଲା ମରଣାନ୍ତକ । ପୁଣି ନିଜ ସ୍ତ୍ରୀର ଦାଦାକୁ । ଆଉ ଜ୍ବାଇଁର ଆକ୍ରମଣରେ ଶ୍ବଶୁର ଏବେ ଜୀବନ ମରଣ ସହ ଲଢ଼େଇ କରୁଛନ୍ତି । ହସ୍ପିଟାଲ ବେଡରେ ପଡିଛନ୍ତି ନିସ୍ତେଜ୍ ହୋଇ । ହସ୍ପିଟାଲ ଫାଟି ପଡୁଛି କାନ୍ଦ ବୋବାଳିରେ । ଦେଖିଲେ ସହିହେବନି, ଛାତି ଫାଟିଯିବ, ଲୋମ ଟାଙ୍କୁରୀ ଉଠିବ ଜ୍ବାଇଁ ଏମିତି ଅବସ୍ଥା କରିଛି ଶ୍ବଶୁରର । ପୂରା ଫୌଜ୍ ନେଇ ଆସିଲା ଭଳିଆ ସାଙ୍ଗରେ ପାଞ୍ଚ ଛଅ ଜଣ ଲୋକଙ୍କୁ ଧରି ଶ୍ବଶୁର ପାଖରେ ପହଁଚିଥିଲା ଜ୍ବାଇଁ । ଆଉ କରିଚାଲିଥିଲା ଅତର୍କିତ ଆକ୍ରମଣ । ଆପଣ ଭାବୁଥିବେ କେମିତିକା ଜ୍ବାଇଁ ଇଏ । ଏମିତି କିଏ କୋଉ ଶତ୍ରୁ ସହ କରିବନି ହେଲେ ଏଠି ତ ନିଜର ଦାଦା ଶ୍ବଶୁର । ଏମିତି ଅବସ୍ଥା କରିବାକୁ ଜ୍ବାଇଁର ହାତ ଗଲା କେମିତି?
ତେବେ କହିବାକୁ ଚାହିଁବୁ ଯେ ଏସବୁ ହେଇଛି ଜମି ବିବାଦକୁ ନେଇ । ଜାଗା ବିବାଦକୁ ନେଇ ଦାଦା ଶଶ୍ୱରକୁ ହାଣିଦେଲେ ଝିଆରୀ ଜ୍ବାଇଁ । ଗୁରୁତର ଅବସ୍ଥାରେ ଦାଦା ଶଶ୍ୱର କାମାକ୍ଷାନଗର ମେଡିକାଲରେ ଭର୍ତ୍ତି । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପରଜଙ୍ଗ ଥାନା ବସୁଲେଈ ଗାଁରେ । ଗାଁର ଅପାଲି ଭୂତିଆ ଓ ତାଙ୍କ ଝିଆରୀ ଜ୍ବାଇଁ ବଳଭଦ୍ର ପରିଡାଙ୍କ ମଧ୍ୟରେ ଜାଗାକୁ ନେଇ କିଛିଦିନ ଧରି ବିବାଦ ହୋଇ ଆସୁଥିଲା ।
ଆଜି ସକାଳୁ ଅପାଲି ନିଜ ବିଲକୁ ଚାଷ କାମ ତଦାରଖ କରିବା ପାଇଁ ଯାଇଥିବା ବେଳେ ବଳଭଦ୍ର ଓ ପ୍ରାୟ ପାଞ୍ଚରୁ ଛଅ ଜଣ ମିଶି ଅପାଲିଙ୍କୁ ମାରଣାସ୍ତ୍ରରେ ମରଣାନ୍ତକ ଆକ୍ରମଣ କରିଥିଲେ । ଫଳରେ ଅପାଲିଙ୍କ ମୁଣ୍ଡ ଓ କାନ୍ଧ ରେ ଗଭୀର ଆଘାତ ଲାଗିଥିଲା ବେଳେ ପରିବାର ଲୋକ ଗୁରୁତର ଅବସ୍ଥାରେ ତାଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଏହି ଘଟଣାରେ ଉଭୟ ପକ୍ଷରୁ ଆହତ ହୋଇଥିବା ବେଳେ ପରଜଙ୍ଗ ଥାନାରେ ଏନେଇ ଅଭିଯୋଗ ହୋଇଛି ।