ଶ୍ୱଶୁର ଘର ନିକଟରେ ଜ୍ୱାଇଁ ଲଗାଇଲା ଫାଶୀ

ଘଟଗାଁ(କେନ୍ଯୁଜ୍) : ଶ୍ବଶୁର ଘର ନିକଟରେ ଜ୍ବାଇଁର ଫାଶୀ ଲଗାଇ ଆତ୍ମହତ୍ୟା। ଏଭଳି ଏକ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ପଡିଆପଶି ଗ୍ରାମରେ । ମୃତ ଯୁବକ ପାଟଣା ଥାନା ଓସ୍ତଯୋଡି ଗ୍ରାମର ନିରଞ୍ଜନ ନାଏକ ।

ନିରଞ୍ଜନ ପଡିଆପଶି ଗ୍ରାମର ଶ୍ବଶୁର ଉମାକାନ୍ତ ନାଏକଙ୍କ ଘରେ ଘରଜ୍ବାଇଁ ହୋଇ ୬ ବର୍ଷ ହେଲା ରହୁଥିଲେ । ତେବେ କୈାଣସି କଥାକୁ ନେଇ ପାରିବାରିକ କଳହ ସୃଷ୍ଟି ହୋଇଥିଲା । ଏହାପରେ ସେ ଘର ନିକଟରେ ଥିବା ଏକ ଗମ୍ଭାରୀ ଗଛରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା କୁହାଯାଉଛି । ଘଟଣା ସ୍ଥଳରେ ତୁରୁମୁଙ୍ଗା ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଚଳାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.