ନିଶାରେ ଶ୍ୱଶୁରର ଜୀବନ ନେଲା ଜ୍ୱାଇଁ, ସବୁ କାଣ୍ଡ କରିବା ପରେ ଘଟଣାସ୍ଥଳରୁ ଫେରାର

କଣ୍ଟାମାଳ: ଅନ୍ଧ କରୁଛି ମଦ । ନିଶାରେ ଭୁଲ କଣ ଠିକ୍‌ କଣ କିଛି ବୁଝି ହୁଏନି । ମଦ୍ୟପ ମଣିଷକୁ ନିଶା ହେଲେ ସେ ଯାହା ବି କରେ କିଛି ଜାଣି ପାରେନି । ହିତାହିତ ଜ୍ଞାନ ହରାଇ ବସି ବିଭିନ୍ନ ପ୍ରକାର ଅପରାଧ କରେ । ସମାନ ଭାନେ ଜଣେ ମଦ୍ୟପ ଜ୍ୱାଇଁ ବି ଏମିତି କିଛି ଅପରାଧ କରି ବସିଛି । ଜଣେ ଜ୍ୱାଇଁ ମଦ ନିଶାରେ ଏମିତି ମାତାଲ ହୋଇଥିଲା ଯେ ଶ୍ୱଶୁରକୁ ଆକ୍ରମଣ କଲା । ଆଉ ଚାହୁଁ ଚାହୁଁ ସବୁ କିଛି ଶେଷ ହୋଇଗଲା ।

ସେଦିନ ନିଶାରେ ମାତାଲ ହୋଇ ରାତି ଅଧରେ ଘରକୁ ଫେରିଲା ଜ୍ୱାଇଁ । କୌଣସି କାରଣରୁ ଘରେ ଆରମ୍ଭ ହେଲା ବଚସା । ଧିରେ ଧିରେ ବିବାଦ ବଢ଼ିବାରେ ଲାଗିଲା । ଗାଳି ଗୁଲଜରୁ ଆରମ୍ଭ ହୋଇଥିବା ଝଗଡ଼ାରେ ଚାଲିଗଲା ଶ୍ୱଶୁରର ଜୀବନ । ଏଭଳି ଏକ ଅଭାବନୀୟ ଘଟଣା ବୌଦ୍ଧ ଜିଲ୍ଲା ପଲସାଗୋରା ଗାଁରେ ଘଟିଯାଇଛି l ମୃତକ ହେଉଛନ୍ତି ୬୦ ବର୍ଷୀୟ ବେଡା ବାଘ । ଗତକାଲି ରାତିରେ ଜ୍ବାଇଁ ମାମୁଧନ ବାଘ୍ ମଦ୍ୟପାନ କରି ଶ୍ବଶୁର ସହିତ ଗଣ୍ଡଗୋଳ କରିଥିଲା । ଆଉ ଜ୍ୱାଇଁ ମୁଣ୍ଡକୁ ପିତ୍ତ ଚଢ଼ିବା ପରେ ଶ୍ୱଶୁରକୁ କରିଥିଲା ଆକ୍ରମଣ । ଆକ୍ରମଣ ଏତେ ଜୋରରେ କରିଥିଲା ଯେ ଗୁରୁତର ଭାବେ ଆହତ ହୋଇଥିଲେ ୬୦ ବର୍ଷିୟ ବେଡା ବାଘ । ତାଙ୍କୁ ଗୁରୁତର ଅବସ୍ଥାରେ ସୋନପୁର ଡାକ୍ତର ଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ହୋଇଯାଇଛି । ସେପଟେ ହତ୍ୟାକାରୀ ଜ୍ୱାଇଁ ଘଟଣା ସ୍ଥଳରୁ ଫେରାର ମାରିଥିବାବେଳେ ମନମୁଣ୍ଡା ପୋଲିସ ଏକ ମାମଲା ରୁଜୁ କରିଛି । ମୃତଦେହ ଜବତ କରିବା ସହ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି ପୋଲିସ୍‌ l

ନିଶା ପାଇଁ ଘଟିଲା ଏମିତି ଅଘଟଣ । ମଣିଷ ନିଶାରେ ଥିଲେ ଏମିତି ସବୁ ଅପରାଧ କରେ । ଏହି ନିଶା ପାଇଁ କେତେ ଯେ ପରିବାର ଛାରଖାର ହୋଇଯାଉଛି ନ କହିବା ଭଲ । ଏ ଘଟଣା ପରେ ଆପଣ ବି ଭଲ ଭାବେ ବୁଝି ସାରିଥିବେ ନିଶା କରିବା କେତେ ଯେ ବିପଜ୍ଜନକ । ତେଣୁ ଆପଣଙ୍କୁ ଏତିକି କହି ରଖିବାକୁ ଚାହିଁବୁ ନିଶା ଠାରୁ ଦୂରେଇ ରୁହନ୍ତୁ । ନଚେତ ଏଭଳି ଅଘଟଣ ଘଟିବାକୁ ବେଶୀ ସମୟ ଲାଗିବ ନାହିଁ ।