ଶ୍ୱଶୁର ଘର ଗାଁ ପୋଖରୀରୁ ମିଳିଲା ଜ୍ୱାଇଁଙ୍କ ମୃତଦେହ

କାମାକ୍ଷାନଗର (କେନ୍ୟୁଜ): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳରେ ଦୁଇ ଦୁଇଟି ଅଭାବନୀୟ ଘଟଣା ଘଟିଯାଇଛି । ଶ୍ବଶୁର ଘର ଗାଁ ପୋଖରୀରେ ବୁଡି ଜ୍ୱାଇଁର ମୃତ୍ୟୁ ହୋଇଥିବା ବେଳେ ସେପଟେ କେନାଲରେ ବୁଡି ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି । ମୃତକ ମାନେ ହେଲେ କଙ୍କଡାହାଡ଼ ଥାନା ତରାଜଙ୍ଗ ଗାଁର ପ୍ରସାଦ ବିଶ୍ୱାଳ । ସେ ନିଜ ଶ୍ବଶୁର ଘର କାମାକ୍ଷାନଗର ଥାନା ପଦ୍ମପୋଖରୀ ଗାଁକୁ ଯାଇଥିବା ବେଳେ ପୋଖରୀରେ ବୁଡି ମୃତ୍ୟୁବରଣ କରିଛନ୍ତି । ସେ ସକାଳୁ ସୁଆମନାଳୀ ପୋଖରୀରେ ବୁଡି ମୃତ୍ୟୁ ବରଣ କରିଛନ୍ତି । ତାଙ୍କୁ କାମାକ୍ଷାନଗର ଅଗ୍ନିଶମ ବାହିନୀ ସାହାଯ୍ୟରେ ଉଦ୍ଧାର କରାଯାଇ ଶବ ବ୍ୟବଚ୍ଛେଦ ପାଇଁ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।

ସେହିପରି ପରଜଙ୍ଗ ଥାନା ଆଖୁଆପାଳ ପଞ୍ଚାୟତ ଅନ୍ତର୍ଗତ ୩ ନଂ କଲୋନୀର ଆଦିତ୍ୟ ଜେନା ଘର ପାଖ ଦଦରାଘାଟି ଶାଖା କେନାଲରେ ବୁଡି ମୃତ୍ୟୁ ବରଣ କରିଛନ୍ତି । ଏ ନେଇ ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି । ପୋଲିସ ମୃତ ଦେହକୁ ଉଦ୍ଧାର କରି ଅଧିକ ତଦନ୍ତ ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.