ପଥରରେ ଛେଚି ମା ଓ ସ୍ତ୍ରୀକୁ ହତ୍ୟା କଲା ସୈତାନ ପୁଅ, କାରଣ ଅସ୍ପଷ୍ଟ

ଝାରସୁଗୁଡା(କେନ୍ୟୁଜ୍):ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ କତରବଗା ପଞ୍ଚାୟତ ମିସ୍ତ୍ରୀ ପଡ଼ାର ଏକ ଘରୁ ଶାଶୁ ଓ ବୋହୁର ମୃତଦେହ ଠାବ । ମୃତକ ଦ୍ଵୟ ଝିମ ଖଡ଼ିଆ (୮୦) ଓ ତାଙ୍କ ବୋହୁ ସାଏବାନୀ ଖଡ଼ିଆ (୫୮) ବୋଲି ଜଣା ପଡ଼ିଛି।
ଉଭୟଙ୍କୁ ତାଙ୍କ ପୁଅ ପଥରରେ ଛେଚି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ପୋଲିସ ଝିମି ଖଡିଆଙ୍କ ପୁଅ କୁଲଥୁ ଖଡିଆକୁ ଅଟକ ରଖି ପଚରା ଉଚୁରା କରୁଥିବା ରେଙ୍ଗାଲି ଥାନ ଅଧିକାରୀ ସୂଚନା ଦେଇଛନ୍ତି । ହେଲେ କେଉଁ କାରଣରୁ ଏହି ହତ୍ୟାକାଣ୍ଡ ଘଟିଛି ତାହା ଜଣାପଡିନାହିଁ ।