କଳିଯୁଗର କୁଳାଙ୍ଗାର ପୁଅ, ମୋବାଇଲ୍ ନଦେବାରୁ ମାରିଦେଲା ବାପାଙ୍କୁ

ଗଞ୍ଜାମ(କେନ୍ୟୁଜ୍): ମୋବାଇଲ୍ ପାଇଁ ବାପାକୁ ମାରିଲା ପୁଅ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଗଉଡ଼ିଆବୋରଦା ଗାଁରେ । ପୁଅର ମାଡ଼ରେ ବାପାଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ନାଁ ହେଉଛି ରାମ ମହାରଥୀ ।

ସୂଚନା ଅନୁଯାୟୀ, ରାମ ଗତ ୩ ଦିନ ହେଲା ପୁଅ ସଞ୍ଜୟକୁ ମୋବାଇଲ ନ ଦେଇନଥିଲେ । ଯେଉଁଥିରେ ସେ ଉତକ୍ଷିପ୍ତ ହୋଇ ଅତର୍କିତ ଭାବେ ବାପାକୁ ମାଡ ମାରିଥିଲେ । ଏଥିରେ ବାପା ଓ ପୁଅ ମଧ୍ୟରେ ମାରପିଟ୍ ହୋଇଥିବା ବେଳେ ଉଭୟ ଉଭୟଙ୍କୁ ମାଡ ମାରିଥିଲେ । ଶେଷରେ ପୁଅ ହଠାତ୍ ଏକ କବାଟରେ ଆଘାତ କରିଥିଲା । ଏଥିରେ ବାପା ଗୁରୁତ୍ତର ହେବାକୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି । ଅଭିଯୁକ୍ତ ପୁଅ ସଞ୍ଜୟକୁ ପୋଲିସ ଅଟକ ରଖିଥିବା ବେଳେ ଏନେଇ ଅଧିକା ଦତନ୍ତ ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.