ରକ୍ତ ସମ୍ପର୍କରେ ଦେଲା ଧୋକା: ପୁଅର କାଠ ଫାଳିଆ ମାଡ଼ରେ ବାପାର ମୃତ୍ୟୁ

ମୟୁରଭଞ୍ଜ: ପୁଅର କାଠ ଫାଳିଆ ମାଡ଼ରେ ବାପାର ମୃତ୍ୟୁ। ଏପରି ଏକ ଅଭାବନୀୟ ଘଟଣା ଘଟିଛି ଉଦଳା ଥାନା ନାଗବଣୀ ଗାଁରେ। ପାରିବାରିକ କହଳକୁ କେନ୍ଦ୍ର କରି ପୁଅ ଉତ୍କ୍ଷିପ୍ତ ହୋଇ ବାପାକୁ କାଠ ଫାଳିଆରେ ଆକ୍ରମଣ କରିଥିଲା। ଗୁରତର ଅବସ୍ଥାରେ ତାଙ୍କୁ ଉଦଳା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ଅଭିଯୁକ୍ତ ପୁଅକୁ ସ୍ଥାନୀୟ ଲୋକେ କାବୁ କରି ଏକ ଗଛରେ ବାନ୍ଧି ଦେଇଥିଲେ। ପୋଲିସ ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି।