କୁଳାଙ୍ଗାର ପୁଅ, ଟାଙ୍ଗିଆ ଚୋଟରେ ମାରିଦେଲା ବାପାକୁ

ସୋର (କେନ୍ୟୁଜ୍) : ପୁଅର ଟାଙ୍ଗିଆ ଚୋଟରେ ବାପାର ମୃତ୍ୟୁ । ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ଥାନା ତେଣ୍ଟିଇ ବେହେରାସାହିରେ । ଗାଁର ଜୟକୃଷ୍ଣ ମଲ୍ଲିକଙ୍କ ବଡ଼ ପୁଅ ଶରତ ମଲ୍ଲିକଙ୍କ ମଦ ବେପାରକୁ ବିରୋଧ କରୁଥିଲେ । ବାପା ରାତିରେ ଶୋଇଥିବା ବେଳେ ପୁଅ ଏକ ଭୁଜାଲିରେ ବାପାର ବାମପଟ ଛାତିକୁ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ ଜୟକୃଷ୍ଣ ମଲ୍ଲିକଙ୍କ ମୃତ୍ୟୁ ହୋଇଥିଲା । ଅନନ୍ତପୁର ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଘଟଣାସ୍ଥଳରୁ ଅଭିଯୁକ୍ତ ଶରତ ଫେରାର ହୋଇଯାଇଛି ।