ପ୍ରବଳ ଋଣ ଚାପରୁ ପିତୃହନ୍ତା ସାଜିଲା ପୁଅ, ଘଟଣାର ପର୍ଦ୍ଦାଫାସ କଲେ ଡିସିପି ପ୍ରତୀକ ସିଂ

ଭୁବନେଶ୍ବର : ପ୍ରବଳ ଋଣ ଚାପରୁ ପିତୃହନ୍ତା ସାଜିଲା ପୁଅ । ଭୁବନେଶ୍ବର ରଙ୍ଗମାଟିଆରେ ବାପାଙ୍କୁ ଛୁରୀ ଭୁସି ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛନ୍ତି ଡିସିପି ପ୍ରତୀକ ସିଂ । ପିତୃହନ୍ତା ପୁଅ ଅନିରୁଦ୍ଧ ଚୌଧୁରୀ ଲକ୍ଷାଧିକ ଟଙ୍କା ଲୋନ କରିଥିଲେ । ପାଖାପାଖି ୪୦ଲକ୍ଷ ଟଙ୍କାର ଲୋନ ତାଙ୍କ ଉପରେ ରହିଥିଲା ।

ଋଣ ସୁଝିବା ପାଇଁ ଟଙ୍କା ଦେବାକୁ ସେ ବାପା ସୁନୀଲ ଚୌଧୁରୀଙ୍କୁ କହିଥିଲେ  ।  କିନ୍ତୁ ଏହାକୁ ଶୁଣି ନଥିଲେ ସୁନୀଲ ଚୌଧୁରୀ ।  ଅର୍ଥାଭାବ ସାଙ୍ଗକୁ ଲକ୍ଷାଧିକ ଟଙ୍କାର ଲୋନ ଥିବାରୁ ସେ ମାନସିକ ଚାପରେ ଥିଲେ ।  ଋଣ ସୁଝିବାକୁ ବାପାଙ୍କୁ ବାରମ୍ବାର ଟଙ୍କା ମାଗି ବିଫଳ ହେବା ପରେ କ୍ଷୁବଧ ହୋଇଥିଲେ ପୁଅ । ଶେଷରେ ଭୋର ପ୍ରାୟ ୪ଟା ବେଳେ ବାପାଙ୍କୁ ଅନିରୁଦ୍ଧ ଚୌଧୁରୀ ହତ୍ୟା କରିଥିଲା ବୋଲି କହିଛନ୍ତି ଡିସିପି ପ୍ରତୀକ ସିଂ । ନୂଆ ଆଇନ ଅନୁସାରେ ମାମଲାର ତଦନ୍ତ ଆରମ୍ଭ ହୋଇଛି ।

You might also like