ମାଆକୁ ମାରିଦେଲା ପୁଅ, ନିଜ ଭାଇ ନାଁରେ ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଲା ଭଉଣୀ

କେନ୍ଦ୍ରାପଡ଼ା (କେନ୍ୟୁଜ୍): ମାଆକୁ ମାରିଦେଲା ପୁଅ । ନିଜ ଭାଇ ନାଁରେ ଏଭଳି ହତ୍ୟା ଅଭିଯୋଗ ଆଣିଲେ ଭଉଣୀ । ଏଭଳି ସଂଗୀନ ଅଭିଯୋଗ ଆସିଛି କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଅଞ୍ଚଳରୁ । ମୃତକ ହେଲେ ଡେରାବିଶ ଥାନା ଓଉଖଣ୍ଡ ଗାଁର ତାରିଣୀ ବେଦାନ୍ତ । କିଛି ମାସ ତଳେ ପୁଅ ବୋହୂଙ୍କ ଅତ୍ୟାଚାର ସହିନପାରି ଥାନାରେ ଅଭିଯୋଗ କରିଥିଲେ ତାରିଣୀ ।

ପରେ ଗ୍ରାମବାସୀଙ୍କ ଦ୍ୱାରା ସମସ୍ୟାର ସମାଧାନ କରାଯାଇଥିଲା। କିନ୍ତୁ ପୁଣି କିଛି ଦିନ ପରେ ପୁଅ ବୋହୂଙ୍କ ସହ ତାରିଣୀଙ୍କ ପାରିବାରିକ ତିକ୍ତତା ଆରମ୍ଭ ହୋଇଥିଲା । ଏନେଇ ତାରିଣୀ ସ୍ଥାନୀୟ ଓ୍ଵାର୍ଡ ମେମ୍ବରଙ୍କୁ ଜଣାଇବା ସହ କିଛି ସମୟ ପରେ ଆତ୍ମହତ୍ୟା କରିଥିଲେ। ତେବେ ମାଆର ଆତ୍ମହତ୍ୟା ନୁହେଁ ତାଙ୍କୁ ହତ୍ୟା କରାଯାଇଥିବା ଝିଅମାନେ ଅଭିଯୋଗ କରିଛନ୍ତି । ଡେରାବିଶ ଥାନାରେ ଅଭିଯୋଗ ପରେ ପୁଅକୁ ଅଟକ ରଖି ତଦନ୍ତ ଚଳାଇଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.