କଟକ : ପୁଅ ଭୁଲିଗଲା ମାଆର ମମତା । ଯେଉଁ ମାଆର ପଣତ କାନିରେ ଘୋଡ଼ାଇ ହୋଇ ରହୁଥିଲେ, ସେହି ମାଆକୁ ହତ୍ୟା କରିବା ପାଇଁ ପଛାଇଲେ ନାହିଁ । ଛୁରୀ ଭୁସି ହତ୍ୟା କଲେ ନୃଶଂସ ପୁଅ। କଟକ ମହାନଦୀବିହାର ସେକ୍ଟର-୨ ବ୍ରହ୍ମାନନ୍ଦ ଛକ ନିକଟରେ ଏହି ଦୁଃଖଦ ଘଟଣା ଘଟିଛି । ଦୁଇ ପୁଅ ମିଶି ମାଆକୁ ମାରିଦେଇ ଥିବା ସନ୍ଦେହ କରାଯାଉଛି। ହତ୍ୟାକାଣ୍ଡ ପରେ ଜଣେ ପୁଅ ଫେରାର ହୋଇଯାଇଥିବାବେଳେ ଅନ୍ୟ ଜଣେ ପୁଅକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।
ଆଜି ସକାଳେ ଘର ଭିତରୁ ଚିତ୍କାର ଶୁଭିବାରୁ ପଡ଼ୋଶୀ ଦୌଡ଼ି ଆସିଥିଲେ । ଘର ଭିତରେ ମହିଳାଙ୍କ ରକ୍ତାକ୍ତ ମୃତଦେହ ପଡ଼ିଥିବା ଦେଖିଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ତେବେ କେଉଁ କାରଣ ପାଇଁ ହତ୍ୟାକାଣ୍ଡ ଘଟିଲା, ହତ୍ୟାକାଣ୍ଡ ପଛରେ କାରଣ କ’ଣ ରହିଛି ତାହା ଜଣାପଡ଼ି ନାହିଁ ।