ସାମାନ୍ୟ ଝଗଡ଼ାରୁ ଅଭାବନୀୟ କାଣ୍ଡ: ପୁଅର ପନିକି ଚୋଟରେ ମା’ର ମୃତ୍ୟୁ

ମାହାଙ୍ଗ(କେନ୍ୟୁଜ୍): ପୁଅର ପନିକି ଚୋଟରେ ମା’ର ମୃତ୍ୟୁ। ଘଟଣା ଘଟିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଶୁକରପଡା ଗାଁରେ। ମୃତା ମା’ ହେଲେ ପ୍ରମିଳା ସ୍ୱାଇଁ। ଆଜି ସକାଳେ ଘରର ନିତ୍ୟକର୍ମ କରୁଥିବା ସମୟରେ ପୁଅ ଜିତେନ୍ଦ୍ର ସ୍ୱାଇଁ ମା’ ଉପରକୁ ହଠାତ ପନିକି ଓ ଶାବଳରେ ଆକ୍ରମଣ କରିବାରୁ ଘଟଣାସ୍ଥଳରେ ହିଁ ତାଙ୍କୀ ମୃତ୍ୟୁ ହୋଇଥିଲା।

ଯଦିଓ ପ୍ରମିଳାଙ୍କୁ ନିଶ୍ଚିନ୍ତକୋଇଲି ଡ଼ାକ୍ତରଖାନାକୁ ନିଯାଇଥିଲା ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଘରେ ସାମାନ୍ୟ ଝଗଡ଼ାରୁ ଏଭଳି ଅଭାବନୀୟ କାଣ୍ଡ ହୋଇଛି ବୋଲି ମୃତା ପ୍ରମିଳାଙ୍କ ସ୍ୱାମୀ ଗୌରାଙ୍ଗ ଚରଣ ସ୍ୱାଇଁ କହିଛନ୍ତି। ନିଶ୍ଚିନ୍ତକୋଇଲି ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତ ଏଭଳି କାଣ୍ଡ ଘଟାଇ ଫେରାର ହୋଇଯାଇଥିବା ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.