ମଦ୍ୟପ ପୁଅର ଉନ୍ମତ୍ତ କାଣ୍ଡ, ମାକୁ ଠେଙ୍ଗାରେ ପିଟିପିଟି ମାରିଦେଲା

ସୁନ୍ଦରଗଡ଼: ମଦ୍ୟପ ପୁଅର ଉନ୍ମତ୍ତ କାଣ୍ଡ । ମାକୁ ଠେଙ୍ଗାରେ ପିଟିପିଟି ମାରିଦେଲା ପୁଅ । ସୁନ୍ଦରଗଡ ଚଳସର ଥାନା ତୁମୁଳିଆ ନୂଆପଡା ଗାଁରେ ଘଟିଛି ଏହି ଅଭବନୀୟ ଘଟଣା । ନିଶା ଖାଇବା ପରେ ରାତି ଅଧରେ ମାଆକୁ ପିଟିପିଟି ହତ୍ୟା କରିଛି । ତେବେ ଘଟଣାସ୍ଥଳରେ ହିଁ ମାଆର ମୃତ୍ୟୁ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଯାଇଛି । ପୁଅକୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଛି ତଲସରା ପୋଲିସ।

ସୂଚନା ଅନୁସାରେ, ସର୍ବଦା ପୁଅ ମାଲ ପିଇ ମାତାଲ ହେଉଥିବା ବେଳେ କାଲି ମଧ୍ୟ ମଦ ପିଇଥିଲା । ଏହାପରେ ନିଶାଶକ୍ତ ହୋଇ କେଉଁ କାରଣରୁ ରାତି ଅଧରେ ମାଆକୁ ପିଟିପିଟି ହତ୍ୟା କରିଥିଲା । କିନ୍ତୁ ହତ୍ୟାର ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ । ଖବରପାଇ ତଳସରା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଚଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ପୁଅକୁ ଅଟକ ରଖିବା ସହିତ ମାଆର ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି । ବ୍ୟବଚ୍ଛଦ ରିପୋର୍ଟ ଏବଂ ତଦନ୍ତ ଶେଷ ହେବା ପରେ ପ୍ରକୃତ କାରଣ ସ୍ପଷ୍ଟ ହୋଇପାରିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।