ନୃଶଂସ ପୁଅ ! ମା’ର ତଣ୍ଟି କାଟି କଲା ହତ୍ୟା, ସେତିକିରେ ବି ମନ ପୁରିଲାନି… ଅଖାରେ ଭର୍ତ୍ତି କଲା ଶବ
ବରଗଡ଼ (କେନ୍ୟୁଜ୍): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ କୁମ୍ଭାରୀ ଗ୍ରାମରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ମା’ଙ୍କୁ ଅତି ନିର୍ମମ ଭାବେ ଗଳା କାଟି ହତ୍ୟା କରି ଅଖାରେ ଭର୍ତ୍ତି କରି ଫିଙ୍ଗିବା ପାଇଁ ଉଦ୍ୟମ କରୁଥିଲା ପୁଅ। କୁମ୍ଭାରୀ ଗ୍ରାମର ବନ୍ଧପଡ଼ା ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ ବିଧବା ମା’ କୌଶଲ୍ୟା ସାହୁ (୬୦) ପୁଅ ବିଦ୍ୟାଧର ସାହୁ (୩୨) ସହ ରହୁଥିଲେ। ବିଦ୍ୟାଧର ବିବାହିତ ହେଲେ ମଧ୍ୟ ତାଙ୍କ ସ୍ତ୍ରୀ ବାପ ଘରେ ରହୁଛନ୍ତି ।
ମଙ୍ଗଳବାର ମଧ୍ୟାହ୍ନରେ ଉଭୟ ମା’ ଓ ପୁଅଙ୍କ ମଧ୍ୟରେ ବ ସାମାନ୍ୟ ବଚସା ହୋଇ ଉତକ୍ଷିପ୍ତ ହୋଇ ବିଦ୍ୟାଧର ମା’ଙ୍କ ତଣ୍ଟିକୁ ବ୍ଲେଡରେ ବାରମ୍ବାର କାଟି ପକାଇଥିଲେ। ପରେ ମା’ଙ୍କୁ ଏକ ଅଖା ବସ୍ତାରେ ଭର୍ତ୍ତି କରି ଦେଇଥିଲେ । ହତ୍ୟା ପରେ ବ୍ୟବହୃତ ବ୍ଲେଡକୁ ସେ ଫୋପାଡି ଦେଇଥିବା ବିଦ୍ୟାଧର କହିଛନ୍ତି । ବରପାଲି ପୋଲିସ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ବିଦ୍ୟାଧରଙ୍କୁ ଗିରଫ କରିଛି । ବିଦ୍ୟାଧର ମାନସିକ ବିକୃତିଗ୍ରସ୍ତ ବୋଲି ଗ୍ରାମବାସୀ କହିଛନ୍ତି। ଏହି ଘଟଣା ଅଞ୍ଚଳରେ ଚଞ୍ଚଲ୍ୟ ସୃଷ୍ଟି କରିଛି ।