କୁଳାଙ୍ଗାର ପୁଅର ନୃଶଂସ କାମ, ନିଜ ମା’କୁ ପିଟି ପିଟି ମାରିଦେଲା

ଅଭିଯୁକ୍ତ ୨୦ ବର୍ଷୀୟ କାର୍ତ୍ତିକ ଭୁଏକୁ ସଦର ଥାନା ପୋଲିସ ଅଟକ ରଖିଛି । ଘଟଣାସ୍ଥଳରେ ବରଗଡ଼ ସଦର ପୋଲିସ ପହଞ୍ଚି ଶବକୁ ଜବତ କରିବା ସହ ଘଟଣାସ୍ଥଳକୁ ସିଲ୍ କରିଛି ।

ବରଗଡ(କେନ୍ୟୁଜ୍): ଜନ୍ମ କଲା ମା’କୁ ପିଟି ପିଟି ହତ୍ୟା କଲା ପୁଅ । ବରଗଡ଼ ସଦର ଥାନା ଅନ୍ତର୍ଗତ ପିପିଲିପାଲି ଗାଁର ଘଟିଛି ଏଭଳି ଘଟଣା । ଗତକାଲି ବିଳମ୍ବିତ ରାତିରେ ଘଟିଛି ଅଭାବନୀୟ ଘଟଣା । ଅଭିଯୁକ୍ତ ୨୦ ବର୍ଷୀୟ କାର୍ତ୍ତିକ ଭୁଏକୁ ସଦର ଥାନା ପୋଲିସ ଅଟକ ରଖିଛି । ଘଟଣାସ୍ଥଳରେ ବରଗଡ଼ ସଦର ପୋଲିସ ପହଞ୍ଚି ଶବକୁ ଜବତ କରିବା ସହ ଘଟଣାସ୍ଥଳକୁ ସିଲ୍ କରିଛି । ସାଇଣ୍ଟିଫିକ ଟିମ୍ ଘଟଣା ସ୍ଥଳରେ ପହଞ୍ଚି  ତଦନ୍ତ ଆରମ୍ଭ କରିଛି।