ଗଞ୍ଜାମ: ମଦ ପାଇଁ ବାପାକୁ ମାରିଲା ପୁଅ

ଗଞ୍ଜାମ: ମଦ ପାଇଁ ନିଜର ହିତାହିତ ଜ୍ଞାନ ଭୁଲିଗଲା ପୁଅ। ବାପାକୁ କୂଅ ଭିତରକୁ ଠେଲି ମାରିଦେଲା। ଏପରି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ବଡ଼ଗଡ଼ ଥାନା ସିଦ୍ଧପୁର ଗାଁରେ। ମଦ ପିଇବା ପାଇଁ ପୁଅକୁ ଆଉ ୫ ଟଙ୍କା ଆବଶ୍ୟକ ଥିଲା। ବାପାଙ୍କୁ ଟଙ୍କା ମାଗିବାରୁ ସେ ଦେବାକୁ ମନା କରିଥିଲେ। ଏଥିରେ ଉତ୍କ୍ଷିତ ହୋଇ ପୁଅ, ବାପାକୁ କୂଅ ଭିତରକୁ ଠେଲି ଦେଇଥିଲେ। ଫଳରେ ବାପାଙ୍କର ମୃତ୍ୟୁ ହୋଇଥିଲା।