କୁଚିଣ୍ଡା : ଘରୋଇ କଳହରୁ ବାପାକୁ ହତ୍ୟାକଲା ପୁଅ । ଜମନକିରା ବ୍ଲକ ସାନଲଙ୍ଗାବାହାଲ ଗାଁରେ ଘଟିଛି ଏହି ବିଭତ୍ସ ହତ୍ୟାକାଣ୍ଡ । ବାପା ପୋନିକା ମୁଣ୍ଡାଙ୍କୁ ମାରି ଦୁଇଦିନ ହେବ ପୁଅ ସଂଜୀବ ମୁଣ୍ଡା ଚୁପଚାପ ବୁଲୁଥିଲା । ପୋନିକାଙ୍କୁ ଦୁଇଦିନ ହେଲା ଗାଁର କେହି ଦେଖୁ ନଥିଲେ ।
ପୁଅ ସଂଜୀବକୁ ବାପାଙ୍କ କଥା ପଚାରିଲେ ସେ ଶୋଇଛନ୍ତି ବୋଲି ଉତ୍ତର ଦେଉଥିଲା ପୁଅ । ହେଲେ ଗାଁର କିଛି ଲୋକଙ୍କ ସନ୍ଦେହ ହେବାରୁ ସେମାନେ ଘର ଭିତରକୁ ଯାଇ ଦେଖିଲେ ପୋନିକାଙ୍କ ମୃତଦେହ ପଡିଛି। ତୁରନ୍ତ ଗ୍ରାମବାସୀ ୱାର୍ଡମେମ୍ବର ଙ୍କ ସହାୟତା ରେ ଜମନକିରା ଥାନା ରେ ଜଣାଇଥିଲେ ।
ଜମନକିରା ଆଇଆଇସି ପଦ୍ମାଳୟା ସାହୁ ଘଟଣାସ୍ଥଳରେ ପହଂଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ପୋଲିସ ସଂଜୀବ କୁ ଅଟକ ରଖି ତଦନ୍ତ ଜାରି ରଖିଛି। ଦୁଇଦିନ ପୂର୍ବରୁ କୋଡ଼ି ଭେଣ୍ଟରେ ବାପାଙ୍କୁ ପିଟି ପିଟି ପୁଅ ମାରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।
Also read: ଘରୋଇ କଳହରୁ ସାଂଘାତିକ ପରିସ୍ଥିତି, ଜ୍ବାଇଁ ଉପରେ ଗରମ ପାଣି ଢାଳିଲେ ଶ୍ବଶୁର ଘର ଲୋକ