ଜଳେଶ୍ୱର: ଜଳେଶ୍ୱରରେ ଅମାନବୀୟ । ନିଜ ମାଆକୁ ବିଷ ଖୁଆଇ ହତ୍ୟା କଲା କୁଳାଙ୍ଗାର ପୁଅ । ଏଭଳି ସଙ୍ଗୀନ ଅଭିଯୋଗ ଆଣିଲେ ଝିଅ । କମର୍ଦ୍ଦା ଥାନା ଅନ୍ତର୍ଗତ ଚକେଇସପ ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ଅଭିଯୁକ୍ତ ପୁଅକୁ ଗଛରେ ବାନ୍ଧି ନିସ୍ତୁକ ପିଟିଲେ ଗ୍ରାମବାସୀ । ଖବର ପାଇ ଘଟଣା ସ୍ଥଳରେ କମର୍ଦ୍ଦା ପୋଲିସର ତଦନ୍ତ ।
ସୂଚନାଯୋଗ୍ୟ, ଗତବର୍ଷ ମଧ୍ୟ ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ବନ୍ଧପାଲି ଗାଁରେ ମାଆକୁ ହତ୍ୟା କରିଥିଲା ପୁଅ । ଘରୋଇ କଳହକୁ ନେଇ ହତ୍ୟାକାଣ୍ଡ । ଅଭିଯୁକ୍ତ ପୁଅ ବଳିନ୍ଦ୍ର ଧୁରୁଆଫେରାର ଥିଲା । ରାତିରେ ଘଟିଥିଲା ଏପରି ଘଟଣା ।
କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ମାଆକୁ ଆକ୍ରମଣ କରିଥିଲା ବଳିନ୍ଦ୍ର ଧୁରୁଆ । ଗୁରୁତର ଅବସ୍ଥାରେ ମାଆକୁ ହେମଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲା । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ପରଠାରୁ ଫେରାର ଥିଲା ପୁଅ । ଘଟଣାସ୍ଥଳରେ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇଥିଲା ପୋଲିସ । ପୋଲିସର ତଦନ୍ତ ଜାରି ଥିଲା ।
Also read: ଡ୍ରେନ୍ ଭିତରେ ବିସ୍ଫୋରଣ, ଭୟଙ୍କର ଶବ୍ଦ ଶୁଣି ଦୌଡିଲେ ଲୋକେ