ପଇସା ଅଭାବରୁ ମାଛ ତରକାରୀ କରିନଥିଲା ମା’, ରାଗରେ ତଣ୍ଟି ଚିପି ମାରିଲା ପୁଅ

ସୋର : ହତ୍ୟାକାରୀ ପୁଅ । ମାଆକୁ ତଣ୍ଟି ଚିପି ହତ୍ୟା କଲା ପୁଅ। ବାଲେଶ୍ବର ଜିଲ୍ଲା ସୋର ଥାନା ସିମୁଳିଆ ଥାନା କାଞ୍ଚପଡ଼ା ଗାଁର ଅଭାବନୀୟ ଘଟଣା। ମାଛ ତରକାରୀ ପାଇଁ ମାଆକୁ ହତ୍ୟା କଲା ପୁଅ । ମୃତକ କାଞ୍ଚପଡ଼ା ଗାଁର ବାସନ୍ତୀ ମହାନ୍ତି ।

ସୂଚନା ଅନୁଯାୟୀ, ଅଭିଯୁକ୍ତ ପୁଅ ଅରୁଣ ମହାନ୍ତି ଗମାଆକୁ ହତ୍ୟା କଲା ପୁଅତକାଲି ବିଳମ୍ବିତ ରାତିରେ ମାଆଙ୍କୁ ଖାଇବା ମାଗିଥିଲେ । ମାଆ ଖାଦ୍ୟ ଦେବା ପରେ ମାଛ ତରକାରୀ କାହିଁକି ହୋଇନି ବୋଲି ପ୍ରଶ୍ନ କରିଥିଲା ପୁଅ । ତେବେ ପଇସା ନାହିଁ, ମାଛ କେଉଁଠୁ ଆଣିବି ବୋଲି ମାଆ କହିବା ପରେ ଏଥିରେ ଉତକ୍ଷିପ୍ତ ହୋଇ ପୁଅ ଅରୁଣ ମାଆଙ୍କୁ ମାରଧର କରିବା ସହ ତଣ୍ଟି ଚିପି ଦେଇଥିଲା । ଗୁରୁତର ଅବସ୍ଥାରେ ବାସନ୍ତୀଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ ସ୍ଥାନୀୟ ଲୋକେ । ସେଠାରେ ଡାକ୍ତର ବାସନ୍ତୀଙ୍କୁ ମୃତ ଘୋଷଣା କରିଛନ୍ତି । ଶାଶୁଙ୍କୁ ବଞ୍ଚାଇବାକୁ ଆସି ସ୍ତ୍ରୀ କବିତା ମଧ୍ୟ ଆକ୍ରମଣର ଶିକାର ହୋଇଛନ୍ତି । ଘଟଣା ନେଇ ବୋହୁ କବିି ସିମୁଳିଆ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୋଲିସ ଅଭିଯୁକ୍ତ ପୁଅକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।

You might also like