ରାଜ୍ୟ

ଗୋଡ଼ ଘାରେ ପୋକଲାଗିଲା ବୋଲି ସମାଜ କରିଦେଲା ବାସନ୍ଦ, ବୁଢା ବାପାକୁ ଜଙ୍ଗଲରେ ଛାଡି ଆସିଲା ପୁଅ

ବରଗଡ଼(କେନ୍ୟୁଜ୍):ବିଜ୍ଞାନ ଯେତେ ଅଗ୍ରଗତି ହେଉଛି ମଣିଷର ବିଚାର ସେତେ ଅଧୋଗତି ହେଉଛି। ସମାଜର ସବୁଠାରୁ ବୁଦ୍ଧିଆ ଓ ବିଚାରବନ୍ତ ପ୍ରାଣି ମଣିଷ ଆଜି ମାନବିକତାହୀନ ହୋଇ ପଡିଛି। ବିଶେଷ କରି ନିଜ ଜନ୍ମକଲା ବାପା ମାଙ୍କୁ ହତାଦାର କରିବାକୁ ପଛାଉନାହାନ୍ତି ଆଜିର ସନ୍ତାନମାନେ। କିଛି ଦିନ ତଳେ ବରଗଡ଼ ଜିଲ୍ଲାର ଅତାବିରା ବ୍ଲକ୍‌ ଅଂଚଳରେ ଏକ ହୃଦୟ ବିଦାରକ ଘଟଣା ଲୋକ ଲୋଚନକୁ  ଆସିଥିଲା । ଘଟଣାଟିଥିଲା ଜଣେ  ରୋଗୀଣା ମା’ଙ୍କୁ ପରିବାର ଲୋକେ ଜଙ୍ଗଲ  ଭିତରେ ଛାଡ଼ି ଦେଇଥିଲେ। ୧୫ ଦିନ ଧରି ଜଙ୍ଗଲ ଭିତରେ ମା’ ଏକୁଟିଆ ଜୀବନ ବିତାଇବା ପରେ ସ୍ବେଚ୍ଛାସେବୀଙ୍କ ଦ୍ୱାରା ଉଦ୍ଧାର ହୋଇଥିଲେ।

ଏବେ ଠିକ ଏହିଭଳି ଏକ ସମାନ ଘଟଣା ସୋହେଲା ବ୍ଲକ ଅନ୍ତର୍ଗତ ପେଟୁପାଲି ଗ୍ରାମରେ ଦେଖିବାକୁ ମିଳିଛି। ଗୋଡ଼ ଘାରେ  ପୋକ ହେଲା ବୋଲି ଗୋଟିଏ ବାପକୁ ଗାଁରୁ ବାସନ୍ଦ ହେବାକୁ ପଡିଛି । ଗାଁ ଲୋକଙ୍କ ଚାପରେ ନିଜ ବାପାକୁ ଜଙ୍ଗଲରେ ଛାଡିବାକୁ ବାଧ୍ୟ ହୋଇଛି ପୁଅ ।

ସୂଚନା ମୁତାବକ, ମେଲଛାମୁଣ୍ଡା ଥାନା ଅନ୍ତର୍ଗତ ପେଟୁପାଲି ଗ୍ରାମର ହରି ବରିହା(୬୦) ଗତ ଜୁଲାଇ ମାସ ୮ତାରିଖରେ ସନ୍ଧ୍ୟାରେ ଶୌଚ ପାଇଁ ପଦାକୁ ବାହାରି ଥିବା ସମୟରେ କୁକୁର କାମୁଡ଼ି ଥିଲା। ସ୍ତ୍ରୀ ବସନ୍ତ ବରିହା ଦୀର୍ଘ ୨୦ ବର୍ଷ ଆଗରୁ କ୍ୟାନ୍‌ସର୍‌ରେ ପ୍ରାଣ ହରାଇଛନ୍ତି। ବର୍ତମାନ ଏକ ମାତ୍ର ପୁଅ ପ୍ରଶାନ୍ତ ବରିହା(୨୪) ବାପାଙ୍କ ଚିକିତ୍ସା କରିବା ପାଇଁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ବୁର୍ଲା ମେଡିକାଲ୍‌କୁ ନେଇଥିଲେ। ସେଠାରେ ୧୦ଦିନ ଚିକିତ୍ସିତ ହେବା ପରେ  ସେ ଘରକୁ ଫେରିଥିଲେ। କିନ୍ତୁ ତାଙ୍କ କ୍ଷତ ସ୍ଥାନରେ ପୋକ ଲାଗି ଯାଇଥିଲା। ଘଟଣା ଜାଣିବା ପରେ  ସେଠାକାର ଲୋକେ ତାଙ୍କୁ ସାମାଜିକ ବାସନ୍ଦ କରିଥିଲେ। ନିରୁପାୟ ହୋଇ ପୁଅ ଶେଷରେ  ଜାତି ଲୋକଙ୍କ ପରାମର୍ଶରେ ସମାଜରେ ମିଶିବା ପାଇଁ ଧାରଉଧାର କରି ୧୦ ହଜାର ଟଙ୍କା ଯୋଗାଡ଼ କରିଥିଲା।  ମେଣ୍ଢା ଓ ୬ଟି କୁକୁଡ଼ାର ଭୋଜିଭାତରେ ସମାଜର ଲୋକଙ୍କୁ ଖାଇବାକୁ ଦେଇଥିଲେ।  ଯେଉଁଥିରେ ପୁଅକୁ ମୋଟ ୨୦ ହଜାର ଟଙ୍କା ଖର୍ଚ୍ଚାନ୍ତ ହେବାକୁ ପଡିଥିଲା।

ସକାଳ ପାଇଲେ ପେଟ ଭୋକ ମେଣ୍ଟାଇବା ପାଇଁ ଘରକୁ ଘର ଖବର କାଗଜ ବାଣ୍ଟି ବାପଙ୍କୁ ଚିକିତ୍ସା କରାଇବା ପାଇଁ ଅଣ୍ଟା ଭିଡିଥିଲେ ଭେଣ୍ଡିଆ ପୁଅ ପ୍ରଶାନ୍ତ । ହେଲେ ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନଥିବାରୁ ବାପାଙ୍କୁ ଭଲ ଭାବରେ ଚିକିତ୍ସା  କରାଇ ପାରିନଥିଲା । ଯାହା ଫଳରେ ଅନ୍ଧବିଶ୍ବାସର ବାପ ପୁଅଙ୍କୁ ଅଲଗା କରିଦେଲା । ବିଧିର ବିଧାନ କିନ୍ତୁ ଅଲଗା ଥିଲା । ଦୀର୍ଘ ତିନି ମାସ ଜଙ୍ଗଲ ଭିତରେ ଏକୁଟିଆ ଥିବା ହରି ବରିହାଙ୍କୁ ଦେଖି ଝର ଗ୍ରାମର ଜଣେ ଯୁବକ ବରଗଡର ସ୍ବେଚ୍ଛାସେବୀ ସଂଗଠନ ସଂକଳ୍ପ ପରିବାରକୁ ଫୋନ ମାଧ୍ୟମରେ ଖବର ଦେଲେ। ବାସ୍‌ ଫୋନ ପାଇଲା ମାତ୍ରେ କ୍ଷଣ ବିଳମ୍ବ ନକରି ସାଙ୍ଗେ ସାଙ୍ଗେ ସଂଗଠନର କର୍ମକର୍ତ୍ତା ମାନେ ପହଞ୍ଚି ଯାଇଥିଲେ ଜଙ୍ଗଳକୁ । ବାପ ପୁଅଙ୍କୁ ଏକ କରିବାରେ ସଫଳ ହେବା ସହ ହରି ବରିହାଙ୍କୁ ଉଦ୍ଧାର କରି ବରଗଡ ମୁଖ୍ଯ ଚିକିତ୍ସାଳୟରେ ଭର୍ତ୍ତି କରି ସମସ୍ତ ସୁବିଧା  ଯୋଗାଇବା ପାଇଁ ସଂକଳ୍ପ ନେଇଥିଲେ ସଂକଳ୍ପ ପରିବାର ।

KNews Bureau

Recent Posts

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

35 seconds ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

16 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

26 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

37 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

1 hour ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

1 hour ago