ଦଶପଲ୍ଲା : ଏ ମାଆର ଆଖିରୁ ଲୁହ ସୁଖୁନି, ଗଲା ତିନି ଦିନ ହେଲା । ଏମିତି ଛାତି ଫଟାଇ କାନ୍ଦି ଚାଲିଛି ଥାନାରେ ବସି । କେହି ବି ତାଙ୍କ ପୁଅକୁ ଖୋଜି ଆଣୁନାହାଁନ୍ତି । କାଲି କାଲି ବୋଲି କହି ତିନି ଦିନ ହେଇଗଲା ପଛେ ଏଯାଏଁ ଏ ମାଆକୁ ତାର ପୁଅର କୌଣସି ବି ପତ୍ତା ଦେଲେନି ।
ପୁଅ ୨୬ ତାରିଖରୁ କାମ କରିବାକୁ ଯାଇଥିଲା ଯେ ଆଜି ଆସିକି ୨୯ ତାରିଖ ହେଲାଣି ପୁଅ ଘରକୁ ଫେରିନି । ପୁଅର ଫୋନ ସୁଇଚ୍ ଅଫ୍ ଆସୁଛି । ଯେତେ କଲ୍ ଲଗାଇଲେ ବି ସେଇ ସମାନ କଥା । ବାପା ମାଆ ଥାନାକୁ ଦୌଡୁଛନ୍ତି ତିନି ହେଲାଣି । ମୋବାଇଲ ଟ୍ରାକ୍ ମାଧ୍ୟମରେ ଆମ ପୁଅକୁ ଟିକେ ଖୋଜିଆଣ । ଆମ ପୁଅ କେଉଁଠି ଅଛି । ହେଲେ ଏଯାଏଁ କିଛି ବି ଖୋଜ୍ ଖବର ନାହିଁ ପୁଅର ।
ଦଶପଲ୍ଲା ଥାନା ଅନ୍ତର୍ଗତ ସରିଗଣ୍ଡା ଗ୍ରାମପଞ୍ଚାୟତର ନେଳିଗୁଡ଼ା ଗାଁର ଭଗବାନ ପ୍ରଧାନଙ୍କ ୨୦ ବର୍ଷୀୟ ବଡ଼ପୁଅ ଭାସ୍କର ପ୍ରଧାନ ଯାହାଙ୍କଚ ସମସ୍ତେ ଗଣେଶ ବୋଲି ଡାକନ୍ତି । ଗତ ୨୬ ତାରିଖରୁ ରାଜମିସ୍ତ୍ରୀ କାମ କରିବାକୁ ଯାଉଛି କହି କେଉଁଆଡ଼େ ନିଖୋଜ ହୋଇଯାଇଛନ୍ତି । ସେବେଠୁ ନାଁ ତାଙ୍କର ଫୋନ୍ ଲାଗୁଛି ନା ମିଳୁଛି ଟିକେ ବି ସନ୍ଧାନ । ବାପା ମା ପୁଅକୁ ନ ପାଇ ଏକଦମ୍ ପାଗଳ ହେଇଗଲେଣି । କୁଆଡେ ଏମିତି ଚାଲିଗଲା ପୁଅ, ପୁଅ ଠିକ୍ ଅଛି ତ? ପୁଅ ମୋ ଫେରିଆସିବ ତ? ଏମିତି କେତେ କଣ ଉଙ୍କି ମାରୁଛି ଏମାନଙ୍କ ମନରେ । ମାଆ ତ କାନ୍ଦି କାନ୍ଦି ହୋସ୍ ରହୁନି । ତିନି ଦିନ ହେଲା ପୁଅର କୌଣସି ବି ଖବର ନପାଇ ହତାସ ହେଇପଡିଲାଣି ମାଆ ।
ତିନି ଦିନ ହେଲା ନିଜ ପୁଅର ମୁହଁ ଟିକେ ନଦେଖି ମାଆ ମନ ଥୟ ଧରି ରହୁନି । ଥାନାରେ ପଡିଥିବା ଚେୟାର ଉପରେ ବସି ଭୋ ଭୋ ହୋଇ କାନ୍ଦି ଚାଲିଛି ମାଆ ।
ସେ ଗଲାବେଳକୁ ଜିନ୍ସ ପ୍ୟାଣ୍ଟ ସାଙ୍ଗକୁ ସବୁଜ ରଙ୍ଗର ଗଞ୍ଜି ପିନ୍ଧିଥିଲେ । ପରିବାର ଲୋକ ନିକଟବର୍ତ୍ତୀ ସ୍ଥାନ ,ବନ୍ଧୁ ବାନ୍ଧବ ଘର, ସାଙ୍ଗସାଥୀ ମାନଙ୍କୁ ପଚରାଉଚରା ପରେ କୌଣସି ସନ୍ଧାନ ନପାଇବାରୁ ଦଶପଲ୍ଲା ଥାନାରେ ଏକ ଏତଲା ପ୍ରଦାନ କରିଛନ୍ତି। ଆଜି ସେ ଗଣମାଧ୍ୟମ ମାଧ୍ୟମରେ ତାଙ୍କ ପୁଅକୁ ଖୋଜି ଆଣିବା ପାଇଁ ଆକୁଳ ନିବେଦନ କରିଛନ୍ତି।