ସଂପର୍କରେ ପଡ଼ିଲା ରକ୍ତ ଛିଟା : ବାପାକୁ ଛୁରୀ ଭୁସି ହତ୍ୟା କଲା ପୁଅ !

ଝାରସୁଗୁଡ଼ା : ଏକ ଅଭାବନୀୟ ଘଟଣା ଘଟିଛି ଝାରସୁଗୁଡ଼ା ଜିଲ୍ଲା ବୃନ୍ଦାମାଳରେ ଥିବା ବେଦାନ୍ତର ବିସ୍ଥାପିତ ଆର୍. ଆର୍. କଲୋନୀରେ। ବାପାକୁ ଛୁରୀ ଭୁସି ହତ୍ୟା କରିଛି ପୁଅ। ମୃତକଙ୍କ ନାଁ ବିଶିକେସନ ରୋହିଦାସ। ଏହି ଘଟଣାରେ ପୋଲିସ ଅଭିଯୁକ୍ତ ପୁଅ ଭଗବାନ ରୋହିଦାସକୁ ଗିରଫ କରିଛି। ପାରିବାରିକ କାରଣକୁ କେନ୍ଦ୍ର କରି ବାପା-ପୁଅଙ୍କ ମଧ୍ୟରେ ବିଭିନ୍ନ ସମୟରେ ଗଣ୍ଡଗୋଳ ହେଉଥିଲା। ଗତକାଲି ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହେବାରୁ ଉତ୍ତ୍ୟକ୍ତ ହୋଇ ବାପା ବିଶିକେସନଙ୍କୁ ପୁଅ ଭଗବାନ ଛୁରୀ ଭୁସି ଦେଇଥିଲା। ବିଶିକେସନଙ୍କୁ ହସ୍ପିଟାଲ ନିଆଯଆଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Leave A Reply

Your email address will not be published.