ବାଲେଶ୍ବର: ପଡୋଶୀକୁ ମାରିଦେଲା ପୁଅ, ଆଣିଲା ମା ସହ ଅବୈଧ ସମ୍ପର୍କ ଥିବାର ଅଭିଯୋଗ
ବାଲେଶ୍ବର(କେନ୍ୟୁଜ୍): ନିଜ ମାଆ ଙ୍କ ସହ ପଡୋଶୀ ଯୁବକଙ୍କ ପରକୀୟା ପ୍ରୀତି କୁ ବାରଦାସ୍ତ କରି ପାରିଲାନି ପୁଅ । ହିଂସ୍ର ହୋଇ ଯୌନ ପିପାସୁ ପଡୋଶୀଙ୍କ ଯୌନାଙ୍ଗ କାଟିବା ସହ ବେକକୁ ଧାରୁଆ ଅସ୍ତ୍ରରେ କାଟି ହତ୍ୟା କରିଥିଲା । ହତ୍ୟା ଅଭିଯୋଗରେ ଅଟକ ପରେ ଅଭିଯୁକ୍ତ ହତ୍ୟାକାଣ୍ଟା ଘଟାଇଥିବାର ସ୍ବୀକାର କରିଛି । ଶୁକ୍ରବାର ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଅଧିନ ଜାମୁଡିହା ପଂଚାୟତ କେସୁରା ଗ୍ରାମରେ ବିଜୟ କୁମାର ସିଂହ ନାମକ ଜଣେ ଯୁବକଙ୍କୁ ନିର୍ମମ ହତ୍ୟା କରାଯାଇଥିଲା । ଘଟଣାର ୨୪ ଘଣ୍ଟା ନ ପୁରୁଣୁ ଅଭିଯୁକ୍ତକୁ ଗିରଫ କରିଛି ନୀଳଗିରି ପୋଲିସ । ଗିରଫ ଜଣକ ହେଲେ ମୃତ ବିଜୟ କୁମାର ସିଂହଙ୍କ ପଡୋଶୀ ନିରଞ୍ଜନ ରାଉତଙ୍କ ପୁଅ ଗୌରୀ ଶଙ୍କର ରାଉତ । ଗୌରୀ ମଣପୁରମ ଗୋଲ୍ଡ ଲୋନ ବ୍ୟାଙ୍କରେ ସିକ୍ୟୁରିଟ ଗାର୍ଡ ଭାବେ ଚାକିର କରୁଥିଲା।
ଆହୁରି ପଢନ୍ତୁ: ରାଉରକେଲା: ସିମଡେଗା ଜଙ୍ଗଲରୁ ହକି ଖେଳାଳିଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ଉଠିଲା ସନ୍ଦେହ
ନିଜ ମା’ଙ୍କ ସହ ମୃତ ବିଜୟଙ୍କ ଦୀର୍ଘ ଦିନରୁ ଅବୈଧ ସମ୍ପର୍କକୁ ଗୌରୀ ଶଙ୍କର ସହ୍ୟ କରିପାରି ନଥିଲେ । ତେଣୁ ଏହି କାରଣରୁ ବିଭିନ୍ନ ସମୟରେ ମାଆଙ୍କ ସହ ଗୌରୀ ଶଙ୍କରର ବଚସା ହେଉଥିଲା । ଶେଷରେ ବିଜୟ କୁ ସବୁଦିନ ପାଇଁ ରାସ୍ତାରୁ ହଟାଇବା ପାଇଁ ମୁଣ୍ଡକୁ ଆଣିଥିଲା ସୈତାନୀ ବୁଦ୍ଧି । ଶୁକ୍ରବାର ମୃତ ବିଜୟ କୁମାର ସିଂହଙ୍କର ଘରେ କେହି ନଥିବା ବେଳେ ଗୌରୀ ନିଜ ମାଆକୁ ଅଧ ରାତ୍ରୀ ରେ ବିଜୟ ଶଙ୍କରଙ୍କ ଘରୁ ବାହାରୁଥିବା ଦେଖିବାକୁ ପାଇଥିଲା। ଏଥିରେ ବିଚଳିତ ହୋଇପଡି ଥିଲା ଗୌରୀ ଶଙ୍କର ।ପରେ ଏକ ଭୁଜାଲି ଓ କଟୁରିରେ ସେହି ରାତ୍ରୀରେ ବିଜୟ କୁ ଅତର୍କିତ ଆକ୍ରମଣ କରିଥିଲା । ଏପରି କି ରାଗରେ ତାଙ୍କର ଗୁପ୍ତାଙ୍ଗକୁ ମଧ୍ୟ କାଟିଦେଇଥିଲା । ପୋଲିସ ଗତକାଲି ସନ୍ଦେହରେ ଗୌରୀ ଶଙ୍କରଙ୍କୁ ପଚରାଉଚରା କରିବା ପରେ ସମସ୍ତ ଘଟଣା ପୋଲିସ ଆଗରେ ସ୍ୱୀକାର କରିଥିଲା। ଆଜି ଘଟଣା ସ୍ଥଳକୁ ଯାଇ ସେ କିପରି ହତ୍ୟା କରିଥିଲା ତାହା ଜଣାଇବା ସହ ମାରଣାସ୍ତ୍ରକୁ ଏକ ଗାଡ଼ିଆରେ ପକାଇଥିବା କହିଥିଲା । ବିଜୟ ଶଙ୍କରକୁ ହତ୍ୟା କରି ଗୌରୀ ଶଙ୍କର ଅନୁତପ୍ତ ନଥିବା କହିଛି।