ଫିକା ପଡୁଛି ରକ୍ତ ସମ୍ପର୍କ !

ସମ୍ପତ୍ତିକୁ ନେଇ ବାପାକୁ ଲୁହା ରଡରେ ପିଟିପିଟି ହତ୍ୟା କଲା ପୁଅ

ଗଞ୍ଜାମ : ଦିନକୁ ଦିନ ଫିକା ପଡୁଛି ରକ୍ତ ସମ୍ପର୍କ।ପାରିବାରିକ ହିଂସା ଅପରାଧର ଚରମ ସୀମାରେ ପହଞ୍ଚିଛି। ଗଞ୍ଜାମ ଜିଲ୍ଲା ସମରଝୋଳର ହିଞ୍ଜିଳିକାଟୁ ନିକଟରେ ସମରଝୋଳରେ ସମ୍ପତ୍ତି ପାଇଁ ପୁଅ ନିଜ ଜନ୍ମକଲା ବାପାକୁ ହତ୍ୟା କରିବା ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ ସମ୍ପତ୍ତି ଓ ପାରିବାରିକ କଳହ ପାଇଁ ମୂଲ୍ୟବାନ୍ ଜୀବନ ଚାଲିଯାଉଛି।

ଗତ କିଛି ଦିନ ହେଲାଣି ଏପରି ଘଟଣା ବାରମ୍ବାର ଘଟିବାର ଦେଖାଯାଉଛି। ଆଜି ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ନିକଟ ସମରଝୋଳରେ ବାପାକୁ ସାନ ପୁଅ ହତ୍ୟା କରିଥିବା ସୂଚନା ମିଳିଛି । ଗ୍ରାମରେ ରହୁଥିବା ଏ ଦିବାକର ରାଓଙ୍କୁ ତାଙ୍କ ନିଜ ସାନ ପୁଅ ଏ କ୍ରିଷ୍ଣା ରାଓଙ୍କୁ ଲୁହାରଡରେ ପିଟି ପିଟି ହତ୍ୟା କରିଛି । କିଛି ଦିନ ହେଲା ସମ୍ପତ୍ତି ବଣ୍ଟାକୁ ନେଇ ପରିବାରରେ ଝଗଡା ଲାଗିରହିଥିଲା । ଯାହାକୁ କେନ୍ଦ୍ର କରି ଆଜି ସକାଳ ସମୟରେ ବାପା ଓ ପୁଅଙ୍କ ମଧ୍ୟରେ ଭିଷଣ ଗଣ୍ଡଗୋଳ ହୋଇଥିଲା । ଯେଉଁଥିରେ ଉତ୍କ୍ଷିପ୍ତ ହୋଇ ଦିବାକର କ୍ରିର୍ଷ୍ଣାଙ୍କୁ ଆକ୍ରମଣ କରିଥିଲେ ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ସୂଚନା ମିଳିବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାଟିର ତଦନ୍ତ ଚଳାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.