ଅସହାୟ ବୃଦ୍ଧା ଦମ୍ପତିଙ୍କୁ ସାହା ହେଲେ ଯାଜପୁର ଏସ୍ ପି

ଯାଜପୁର ରୋଡ(କେନ୍ୟୁଜ୍‌) : ପୁଅ ବୋହୂଙ୍କ ଦ୍ଵାରା ନିର୍ଯ୍ୟାତନାର ଶିକାର ହୋଇଥିବା ଏକ ଅସହାୟ ବୃଦ୍ଧା ଦମ୍ପତିଙ୍କୁ ସାହା ହେଲେ ଯାଜପୁର ଏସ୍ ପି। ଥାନାରୁ ନ୍ୟାୟ ନପାଇ ଏସ୍ ପି ଙ୍କ ନିକଟକୁ ବହୁ ଆଶା ଭରସା ନେଇ ଆସିଥିବା ଏହି ଦମ୍ପତିଙ୍କ ସମସ୍ୟାକୁ ଏସ୍ ପି ଚରଣ ସିଂ ମୀନା ହସ୍ତକ୍ଷେପ କରି ଏହାର ସମାଧନ କରିଛନ୍ତି। ସୂଚନା ମୁତାବକ ବିଞ୍ଝାରପୁର ଥାନା ରଘୁନାଥପୁର ପଞ୍ଚାୟତ ପ୍ରହଲାଦପୁର୍ ଗ୍ରାମର ବୃଦ୍ଧା ଦମ୍ପତ୍ତି ହେଲେ ଶୁକଦେବ ଦାସ ଓ ପତ୍ନୀ ସୀତା ଦାସଙ୍କ ଚାରି ପୁଅରୁ ତିନି ଜଣ ଅନ୍ୟତ୍ର ରହୁଥିବା ବେଳେ ଏହି ଦମ୍ପତି ମଝିଆ ପୁଅ ବିଜୟ ଦାସଙ୍କ ପାଖରେ ରହୁଥିଲେ।

eat senior citizenବିଜୟ ଅନେକ ସମୟରେ ମଦ୍ୟପାନ କରି ବୃଦ୍ଧା ମାତା ପିତାଙ୍କୁ ମାରିବା ସହ ଝଗଡା କରୁଥିଲେ। ପ୍ରାୟ ଵର୍ଷେ ତଳେ ପୁଅ ବିଜୟର ଆକ୍ରମଣରେ ବୃଦ୍ଧା ଦମ୍ପତି ଗୁରୁତର ଆହତ ହୋଇ ବିଞ୍ଝାରପୁର ଥାନାରେ ଅଭିଯୋଗ କରିଥିଲେ କିନ୍ତୁ ଏହି ଘଟଣାକୁ ଵର୍ଷେ ବିତିଯାଇଥିଲା ବେଳେ ନ୍ୟାୟ ନ ପାଇ ଶେଷରେ ବୃଦ୍ଧା ଦମ୍ପତି ଏସ୍ ପି ଚରଣ ସିଂ ମୀନାଙ୍କ ଦ୍ୱାରସ୍ଥ ହୋଇଥିଲେ। ଶେଷରେ ଏହି ଘଟଣାରେ ଏସ୍ ପି ଉଭୟଙ୍କୁ ସାଙ୍ଗରେ ଧରି ପ୍ରହଲାଦପୁର ଗାଁ କୁ ଯାଇ ପୁଅ ବୋହୂଙ୍କୁ ଚେତାବନୀ ସହ ଘଟଣାର ଆପୋଷ ସମାଧାନ କରି ସେମାନଙ୍କୁ ମିଳାଇଛନ୍ତି। ରିପୋର୍ଟ ଅନୁଯାୟୀ ଏସ୍ ପି ଙ୍କ ହସ୍ତକ୍ଷେପ ଫଳରେ ଦମ୍ପତି ଦ୍ୱୟ ନ୍ୟାୟ ପାଇଥିବା ବେଳେ ଭୋକିଲା ଦମ୍ପତିଙ୍କ ମୁହଁରେ ଆହାର ଦେଇ ଓ ପରିବାର ସହ ମିଶାଇ ନିଜର ମାନବିକତା ପରିଚୟ ଦେଇଥିବା ବେଳେ ଏସ୍ ପି ଙ୍କ ମହାନୀୟତା ସାରା ଯାଜପୁର ଜିଲ୍ଲାରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.