ପୁଅ IAS ପାଇବା ପରେ ଖୁସିରେ ସିକ୍ୟୁରିଟି ଗାର୍ଡ଼ ବାପା ଛାତି କୁଣ୍ଢେମୋଟ ହୋଇଯାଉଛି

ଆଜି ଜଣେ ବାପାଙ୍କ ମନ ଖୁସିରେ ନାଚି ଉଠୁଛି । କାରଣ ପୁଅ ପାଇଛି IAS । ଏହି ଖୁସି ପରିବାରରେ ଖେଳିଯାଇଛି ଆନନ୍ଦ । କଥା ରେ ଅଛି କଷ୍ଟ ହିଁ ଦେଖାଏ ସଫଳତା ର ରାସ୍ତା । ଆଜିର ସମାଜ ରେ ଯେତେବେଳେ ଅନେକ ଛାତ୍ରଛାତ୍ରୀ ସଫଳତା ଛୁଇଁ ନପାରିଲେ ପରିବାର ଆର୍ଥିକ ଦୁରବସ୍ଥାକୁ ଦାୟୀ କରିଥାଆନ୍ତି ।

ଭଦ୍ରକ : ଆଜି ଜଣେ ବାପାଙ୍କ ମନ ଖୁସିରେ ନାଚି ଉଠୁଛି । କାରଣ ପୁଅ ପାଇଛି IAS । ଏହି ଖୁସି ପରିବାରରେ ଖେଳିଯାଇଛି ଆନନ୍ଦ । କଥା ରେ ଅଛି କଷ୍ଟ ହିଁ ଦେଖାଏ ସଫଳତା ର ରାସ୍ତା । ଆଜିର ସମାଜ ରେ ଯେତେବେଳେ ଅନେକ ଛାତ୍ରଛାତ୍ରୀ ସଫଳତା ଛୁଇଁ ନପାରିଲେ ପରିବାର ଆର୍ଥିକ ଦୁରବସ୍ଥାକୁ ଦାୟୀ କରିଥାଆନ୍ତି । କିନ୍ତୁ ଏମିତି ବି ଅନେକ ପିଲା ଅଛନ୍ତି ଯେଉଁମାନେ ବାପା ଓ ମା’ଙ୍କ କଷ୍ଟକୁ ଦେଖି ନିଜ ଭବିଷ୍ୟତ ପାଇଁ କଣ୍ଟକିତ ପଥକୁ ସଫଳତାର ରାସ୍ତାରେ ପରିବର୍ତ୍ତନ କରନ୍ତି । ଏମିତି ଏକ ବାସ୍ତବିକ୍‌ ଘଟଣା ଦେଖିବାକୁ ମିଳିଛି ଜଣେ ସିକୁରିଟି ଗାର୍ଡଙ୍କ ଠାରେ ଯାହା ଆଜି ସମସ୍ତ ଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ଭଦ୍ରକ ଜିଲ୍ଲାର ଏକ ଘରୋଇ ସ୍କୁଲରେ ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟ କରୁଛନ୍ତି ବିହାର ରାଜ୍ୟ ରାଞ୍ଚିର ପୱନ କୁମାର ସିଂ । ସେ ଘର ଛାଡ଼ି ଭଦ୍ରକରେ ରହି କାମ କରନ୍ତି । ତାଙ୍କ ସ୍ତ୍ରୀ ପୁଅ ପାଖରେ ରହି ସବୁ କଥା ବୁଝନ୍ତି । ଏବଂ ବାପା ପ୍ରତି ମାସ ତାଙ୍କ ପୁଅ ର ପଢା ଖର୍ଚ୍ଚ ବହନ କରନ୍ତି । ତାଙ୍କ ପୁଅ ଅତୁଲ UPSC ପରୀକ୍ଷା ମଧ୍ୟ ଦେଇଥିଲେ । ଏଥର UPSC ପରୀକ୍ଷାରେ ଯେଉଁ ଫଳ ପ୍ରକାଶ ପାଇଲା ସେଥିରେ ତାଙ୍କ ପୁଅ ସର୍ବଭାରତୀୟ ରେ ୬୭ ରାଙ୍କ ହାସିଲ କରି IAS ପାଇଥିଲେ ପୁଅ ଅତୁଲ ସିଂ । ଅତୁଲ ସିଂ ମଧ୍ୟ ନିଜେ ପାଠ ପଢ଼ିବା ପାଇଁ ସବୁପ୍ରକାର କଷ୍ଟ କରିଛନ୍ତି ।

ତେବେ ପୁଅ ଅତୁଲ ପୂର୍ବରୁ ଏକ ଘରୋଇ କମ୍ପାନୀ ରେ କାର୍ଯ୍ୟ କରୁଥିଲେ । ପରେ ଚାକିରି ଛାଡି ଆଇ ଏ ଏସ ପାଇଁ ପ୍ରସ୍ତୁତି ଆରମ୍ଭ କଲେ ଓ ଏଥର ୬୭ ସ୍ଥାନ ରେ ରହିଲେ । ସେ ବାହାରେ ରହିଲେ ମଧ୍ୟ ମା’ ଆଶା ସିଂ ସବୁ କ୍ଷେତ୍ର ରେ ପୁଅକୁ ସହଯୋଗ କରୁଥିଲେ । ଆଜି ପୁଅ ର ସଫଳତା ଆଗରେ ସେ ଗର୍ବିତ । ପୱନ ଙ୍କ ସାଥି ସିକ୍ୟୁରିଟି କହନ୍ତି ମୋତେ ବି ଖୁବ ଗର୍ବ ଲାଗୁଛି । ମୋ ସାଙ୍ଗ ର ପୁଅ ନୂଆ କୀର୍ତ୍ତିମାନ ସୃଷ୍ଟି କରିଛି । ତେବେ ପୁଅ ଆଇ ଏ ଏସ ପାଇବା ଖବର ଶୁଣି ସେହି ସିକୁରିଟି ଗାର୍ଡ ଜଣଙ୍କ ନିଜ ପୁଅ ପାଖକୁ ଯାଇଛନ୍ତି ।

You might also like