ରଥଯାତ୍ରା ଦେଖିବାକୁ ଆସି ନିଖୋଜ ହୋଇଥିବା ବାପାଙ୍କୁ ଫେରିପାଇଲା ପୁଅ, ଅପପ୍ରଚାର ମିଥ୍ୟା ବୋଲି କହିଲେ

ପୁରୀ(କେନ୍ୟୁଜ୍): ରଥଯାତ୍ରା ଦେଖିବାକୁ ଆସିଥିବା ଗଞ୍ଜାମ ଛତ୍ରପୁରର ଜଣେ ବୟସ୍କ ବ୍ୟକ୍ତି ବ୍ରଜବନ୍ଧୁ ନାୟକଙ୍କୁ ତାଙ୍କ ପୁଅ ବଡ ଦାଣ୍ଡରେ ଛାଡି ଚାଲିଯିବା ଘଟଣା ପୁରୀ ସହରରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି। ଏ ନେଇ କେତେକ ଗଣମାଧ୍ୟମରେ ଖବର ପ୍ରକାଶ ପରେ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଛି। ଅନ୍ୟପଟେ ମିଡ଼ିଆରୁ ଖବର ପାଇ ଉକ୍ତ ବୃଦ୍ଧ ବ୍ୟକ୍ତିଙ୍କ ପୁଅ ଆସି ତାଙ୍କୁ ପୁରୀ ମେଡିକାଲରୁ ନେବା ପାଇଁ ପହଞ୍ଚି ଛନ୍ତି। ତେବେ ରାସ୍ତା ମଝିରେ ପୁଅ ବାପାଙ୍କୁ ଛାଡି ଚାଲିଯିବା ଘଟଣା ନେଇ ଯେଉଁ ଖବର ଗଣମାଧ୍ୟମରେ ପ୍ରକାଶ ପାଇଛି ତାହା ସମ୍ପୂର୍ଣ୍ଣ ଭୁଲ ବୋଲି ବୃଦ୍ଧ ବ୍ୟକ୍ତିଙ୍କ ବଡ ପୁଅ କହିଛନ୍ତି। ବ୍ରଜବନ୍ଧୁଙ୍କ ବଡ ପୁଅ ଶିବରାମ କହିଛନ୍ତି ଗତ ବାହୁଡା଼ରେ ତାଙ୍କ ସାନ ଭାଇ ସମୀର ବାପାଙ୍କୁ ଧରି ପୁରୀ ଆସିଥିବା ବେଳେ ଗୁଣ୍ଡିଚା ମନ୍ଦୀର ନିକଟରେ ଏକ ମଠରେ ରହିଥିଲେ।

ତେବେ ସକାଳୁ ବାପା ବ୍ରଜବନ୍ଧୁ ନାଏକ ଶୌଚ ହେବା ପାଇଁ ଆସି କୁଆଡେ ପଳାଇ ଥିଲେ। ତାଙ୍କ ବାପାଙ୍କ ବୟସ ୬୫ ବର୍ଷ ଓ ତାଙ୍କର ଜାଣିବା ଶକ୍ତି କମ ରହିଛି ବୋଲି ପୁଅ କହିଛନ୍ତି। ଫଲରେ ବ୍ରଜବନ୍ଧୁ ମଠକୁ ନଆସି ପୁରୀର ମାଳତୀପାଟପୁର ଚାଲିଚାଲି ପଳାଇ ଥିଲେ। ପରେ ସଦର ଥାନା ପୁଲିସ ଉଦ୍ଧାର କରି ପୁରି ମେଡିକାଲରେ ଭର୍ତ୍ତି କରିଥିଲେ। ତେବେ ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପରେ ସେ ପୁରୀ ମେଡିକାଲ ଆସି ବାପାଙ୍କୁ ପାଇଛନ୍ତି। ପୂର୍ବରୁ ସେ ବିଭିନ୍ନ ସୋସିଆଲ ମିଡ଼ିଆ ରେ ବାପାଙ୍କ ନିଖୋଜ ଖବର ଦେଇଥିଲେ। ପୁରୀ ଟାଉନ ଥାନାରେ ମଧ୍ୟ ନିଖୋଜ ନେଇ ପୋଲିସକୁ ଖବର ଦେଇଥିଲେ। ତେବେ ତାଙ୍କ ବାପା ଜାଣିବା ଶକ୍ତି କମ ଥିବାରୁ ଗଣମାଧ୍ୟମରେ ଠିକରେ ତଥ୍ୟ ଦେଇ ପାରିନାହାନ୍ତି। ଏଣୁ ଏହାକୁ ଭୁଲ୍ ଭାବେ ପ୍ରକାଶ କରାଯାଇଛି। ଡାକ୍ତର ସହ ପରାମର୍ଶ ପରେ ସେ ତାଙ୍କ ବାପାଙ୍କୁ ନେଇଯିବାକୁ ପ୍ରସ୍ତୁତ ହେଉଥିବା ବ୍ରଜ ବନ୍ଧୁଙ୍କ ପୁଅ କହିଛନ୍ତି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.