କୁଆଡେ ଗଲେ ମୋ ବାପା? କିଏ ଯଦି ଦେଖିବ ଦୟାକରି ଏହି ନମ୍ବରରେ ଯୋଗାଯୋଗ କରିବାକୁ ଅନୁରୋଧ

କଟକ(କେନ୍ୟୁଜ୍) : ବାପାଙ୍କୁ ଖୋଜୁଛି ପୁଅ। ଯାଜପୁରର ଏକ ଘରୋଇ ପ୍ଲାଣ୍ଟରେ କାମ କରୁଥିବା ଜୟବୋଧ କୁମାର ଝା । ଯାହାଙ୍କ ଦେହ ଚାରି ଦିନ ତଳେ ଅସୁସ୍ଥ ହୋଇ ପଡ଼ିଥିଲା । ସେଥିପାଇଁ ତାଙ୍କୁ କଟକ ଏସସିବିକୁ ଚିକିତ୍ସା ପାଇଁ ଅଣାଯାଇଥିଲା। ହେଲେ ଏସିସିବି କାଜୁଆଲଟିରେ ଚିକିତ୍ସା ହେବା ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ ଏସସିବିର ଉତ୍କୃଷ୍ଟ ମାନସିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଥିଲା । କିନ୍ତୁ ଏଠାରୁ ଗତ ୩୦ ତାରିଖ ଦିନ ଜୟବୋଧ କୁଆଡେ ଚାଲିଯାଇଛନ୍ତି ।  ଯାହା ସିସିଟିଭି ରୁ ଜଣାପଡ଼ିଛି। ଏହାକୁ ନେଇ ତାଙ୍କ ପୁଅ ପୋଲିସରେ ଲିଖିତ ଅଭିଯୋଗ କରିଥିବା କହିଛନ୍ତି।

missing

କିନ୍ତୁ ୨ ଦିନ ହୋଇଯାଇଥିଲେ ବି ବାପା ନ ମିଳିବାରୁ ପୁଅ ରାହୁଲ ଦୁଃଖରେ ଭାଙ୍ଗି ପଡିଛନ୍ତି । ଯଦି କେହି ତାଙ୍କ ବାପାଙ୍କୁ ଦେଖନ୍ତି କିମ୍ବା ତାଙ୍କ ବାପାଙ୍କ ବିଷୟରେ କିଛି ତଥ୍ୟ ପାଆନ୍ତି ତାହାଲେ ନିକଟସ୍ଥ ପୋଲିସକୁ ଜଣାଇବା ସହ ତାଙ୍କୁ  7261042655 , 8757944612 ନମ୍ବରରେ ଯୋଗାଯୋଗ କରିବାକୁ ସେ ଅନୁରୋଧ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.