ରାଜ୍ୟ

ସ୍ୱର୍ଗତ ରଘୁନାଥଙ୍କ ପରେ କରୋନା ସଂକ୍ରମିତ ତାଙ୍କର ଦୁଇ ପୁଅ ଅସୁସ୍ଥ

ଭୁବନେଶ୍ୱର : ଏଥର ଯେମିତି କରୋନା ଟାର୍ଗେଟ୍‌ କରିଛି ପୂରା ପରିବାରକୁ । ଅନେକ ସ୍ଥାନରେ ପରିବାରର ଜଣକୁ ହେଲେ ଅନ୍ୟ ସଦସ୍ୟମାନେ ମଧ୍ୟ କରୋନାରେ ସଂକ୍ରମିତ ହେଉଛନ୍ତି । ସେହିଭଳି ଅବସ୍ଥାରେ ଅଛନ୍ତି ପଦ୍ମ ବିଭୂଷଣ ସ୍ୱର୍ଗତ ସ୍ଥପତି ରଘୁନାଥ ମହାପାତ୍ରଙ୍କ ପରିବାର । ଗତ ୯ ତାରିଖରେ ବିଶିଷ୍ଟ ପ୍ରସ୍ତର ଶିଳ୍ପୀ ଗରୁ ରଘୁନାଥଙ୍କର ପରଲୋକ ହୋଇଥିଲା । ସେ କୋଭିଡ୍‌ରେ ଆକ୍ରାନ୍ତ ହେବା ପରେ ଭୁବନେଶ୍ୱର ଏମ୍‌ସରେ ଚିକିତ୍ସାଧୀନ ଥିଲେ । ରାଜ୍ୟସଭା ସାଂସଦ ରଘୁନାଥଙ୍କ ପରଲୋକ ପରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା ।

ହେଲେ ଏପଟେ ସମସ୍ତଙ୍କୁ ଜଣା ନଥିଲା ଯେ ତାଙ୍କର ଦୁଇ ପୁଅ ଯଶୋବନ୍ତ ଓ ପ୍ରଶାନ୍ତ ମଧ୍ୟ କରୋନାରେ ଆକ୍ରନ୍ତ ହୋଇ ସେହି ଏମ୍‌ସରେ ଚିକିତ୍ସାଧୀନ ଥିଲେ । ଏଯାଏ ଏ ଦୁହେଁ ସୁସ୍ଥ ହୋଇ ନାହାନ୍ତି । ଗତକାଲି ପ୍ରଶାନ୍ତଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଆଇସିୟୁରେ ରଖା ଯାଇଛି । ତାଙ୍କ ପ୍ରତି ଡାକ୍ତରମାନେ ବିଶେଷ ଧ୍ୟାନ ଦେଉଛନ୍ତି ।

ପ୍ରଶାନ୍ତ ହେଉଛନ୍ତି ସ୍ୱର୍ଗତ ରଘୁନାଥ ମହାପାତ୍ରଙ୍କ ମଝିଆ ପୁଅ । ସେ ଜଣେ ପୂର୍ବତନ ରଣଜୀ ଟ୍ରଫି ଖେଳାଳି । ଜଣେ ଦକ୍ଷ ଓପ୍ନର ଭାବେ ଖୁବ୍ ଖ୍ୟାତି କମାଇଥିଲେ । ବର୍ତ୍ତମାନ ସେ ବିସିସିଆଇ ମ୍ୟାଚ୍‌ ରେଫରୀ ଭାବେ କାର୍ଯ୍ୟ କରୁଥିଲେ । ୧୯୯୦ରେ ବିହାର ବିପକ୍ଷରେ ଖେଳି ନିଜର ପ୍ରଥମ ଶ୍ରେଣୀ କ୍ରିକେଟ୍ ଜୀବନ ଆରମ୍ଭ କରିଥିଲେ । ସେ ରଣଜୀ ଟ୍ରଫି ସହ ଦଲୀପ ଟ୍ରଫି ଓ ଦେଓଧର ଟ୍ରଫିରେ ମଧ୍ୟ ଖେଳିଥିଲେ ।

୧୯୯୦ରୁ ୨୦୦୩ ଯାଏ ରାଜ୍ୟ ପାଇଁ ଖେଳିଥିବା ପ୍ରଶାନ୍ତ ୪୫ଟି ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳି ୨୧୯୬ ରନ୍ ସ୍କୋର କରିଥିଲେ । ଏଥିରେ ୫ଟି ଶତକ ଏବଂ ୧୧ଟି ଅର୍ଦ୍ଧଶତକ ରହିଛି । ତାଙ୍କର ସର୍ବାଧିକ ସ୍କୋର ହେଉଛି ଅପରାଜିତ ୧୫୭ ରନ୍ ।

ଚାରି ବର୍ଷ ତଳେ ରଘୁନାଥଙ୍କ ସାନ ପୁଅଙ୍କର ଏକ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା । ଆଉ ଏବେ ରଘୁନାଥଙ୍କ ପରେ କୋଭିଡ୍‌ ସହ ଯୁଝୁଥିବା ତାଙ୍କ ପରିବାର ପାଇଁ ସମସ୍ତେ ସମବେଦନା ଜ୍ଞାପନ କରିଛନ୍ତି । ପ୍ରଶାନ୍ତ ଓ ଯଶୋବନ୍ତ ଶୀଘ୍ର ସୁସ୍ଥ ହୁଅନ୍ତୁ ବୋଲି ରାଜ୍ୟର ଅନେକ ବୁଦ୍ଧିଜୀବୀ, କ୍ରୀଡ଼ାବିତ୍‌ ଓ କ୍ରୀଡ଼ା ସଂଗଠକ କାମନା କରିଛନ୍ତି ।

 

KNews Bureau

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

39 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

53 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

1 hour ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

1 hour ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

1 hour ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

2 hours ago