ମୁଁ ଚାକିରୀରୁ ଇସ୍ତଫା ଦେଇ ତମ ଚାକର ହୋଇ ରହିବି, ଚିଠିରେ ଏମିତି କାହିଁକି ଲେଖିଥିଲେ ACF ସୌମ୍ୟ ରଞ୍ଜନ

ପାରଳାଖେମୁଣ୍ଡି(କେନ୍ଯୁଜ୍): ପାରଳାଖେମୁଣ୍ଡି ACF ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁକୁ ନେଇ ଦିନକୁ ଦିନ ରହସ୍ୟ ବଢୁଥିବାବେଳେ ଏବେ ହସ୍ତଗତ ହୋଇଛି ସୌମ୍ୟଙ୍କ ହାତଲେଖା ଚିଠି। ଯେଉଁଥିଲେ ସେ ପତ୍ନୀ ବିଦ୍ୟାଭାରତୀଙ୍କୁ ବହୁତ ଭଲ ପାଉଥିବା ଜଣାପଡିଛି। ମୁଁ ଚାକିରୀରୁ ଇସ୍ତଫା ଦେଇ ତମ ଚାକର ହୋଇ ରହିବି ବୋଲି ଚିଠିରେ ଲେଖିଛନ୍ତି ସୌମ୍ୟ।

ମୁଁ ତୁମର ସବୁ ଇଛା ପୂରଣ କରିବି। ପ୍ରତିବଦଳରେ ମୁଁ ତୁମଠୁ କେବଳ ଭଲପାଇବା ଆଶା ରଖୁଛି। ସେ ଯାହା ଚାହିଁବ ନିଜ ଇଛାରେ କରିବ। ଯଦି ମୁଁ ଏଥିରେ ବାଧା ଦେବି ତେବେ ବିଦ୍ୟା ମୋ ବିରୋଧରେ ଘରୋଇ ହିଂସା କେସ୍‌ କରିପାରିବେ। ଏହାପରେ ଯଦି କୌଣସି ଅଘଟଣ ଘଟେ ତେବେ ମୁଁ କିଛି ବି କରିପାରିବି ନାହିଁ। ମୁଁ ତୁମକୁ କେବଳ ମୋ ସ୍ତ୍ରୀ ଓ ଭଲ ସାଙ୍ଗ ହିସାବରେ ଚାହେଁ। ଗତ ପେବୃୟାରୀ ୨୨ ଓ ୨୩ ତାରିଖରେ ସୌମ୍ୟ ଏହି ଚିଠିଟି ଲେଖିଥିବା ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.