ଏସିଆ ବୁକ୍ ରେକର୍ଡରେ ସ୍ଥାନ ପାଇଲେ ଯାଜପୁରର ଯୁବକ ସୌମ୍ୟ ରଞ୍ଜନ, କଲେ କିଛି ଏମିତି ଚମତ୍କାର

ଯାଜପୁର ଟାଉନ୍(କେନ୍ଯୁଜ୍): ଏସିଆ ବୁକ ରେକର୍ଡରେ ସ୍ଥାନ ପାଇଲେ ଯାଜପୁରର ଯୁବକ ସୌମ୍ୟ ରଞ୍ଜନ ସାହୁ। ଚକ୍ରାସନ ମୁଦ୍ରାରେ ପେଟ ଉପରେ ୩୦ କିଲୋ ଓଜନର ବସ୍ତୁକୁ ସର୍ବାଧିକ ସମୟ ରଖିବା ନେଇ ଏସିଆ ବୁକ୍‌ ରେକର୍ଡରେ ସ୍ଥାନ ପାଇଛନ୍ତି। ନିଜର ଦୃଢ ଇଚ୍ଛା ଶକ୍ତି ଏବଂ କଠୋର ଅଧ୍ୟବସାୟ ବଳରେ ଦଶରଥପୁର ବ୍ଲକ ମୁରାରୀପୁରର ସୌମ୍ୟ ରଞ୍ଜନ ସାହୁ ଏହି ସଫଳତା ହାସଲ କରିଛନ୍ତି।

ଚକ୍ରାସନ ମୁଦ୍ରାରେ ପେଟ ଉପରେ ସେ ୩୦ କିଲୋ ବସ୍ତୁକୁ ଏକମିନିଟ ୩୯ ସେକେଣ୍ଡ ରଖିବାରେ ସମକ୍ଷ ହୋଇ ରେକର୍ଡରେ ସ୍ଥାନ ପାଇଛନ୍ତି। ସୌମ୍ୟଙ୍କ ସଫଳତାରେ ପରିବାର ଲୋକ ବେଶ ଖୁସି ଅନୁଭବ କରିଛନ୍ତି। ଏହି ସଫଳତା ପରେ ସୌମ୍ୟଙ୍କୁ ଚାରିଆଡୁ ପ୍ରଶଂସାର ସୁଅ ଛୁଟିଛି। ଆଗକୁ ସେ ଗିନିଜ ବୁକ୍‌ ଅଫ ରେକର୍ଡରେ ସ୍ଥାନ ପାଇବାକୁ ସେ ଲକ୍ଷ୍ୟ ରଖିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.