ସର୍ବ ଭାରତୀୟ ରାଙ୍କିଙ୍ଗ କାଇଟ ସର୍ପିଙ୍ଗ ଚମ୍ପିୟାନଶିପରେ ଓଡିଶାକୁ ମିଳିଲା ତିନୋଟି ପଦକ

କଟକ : ପୁଣି ବିଜୟ ହାସଲ କଲା ଓଡ଼ିଶା । ସବୁଆଡ଼େ ଖେଳିଯାଇଛି ଖୁସିର ଲହରୀ । ସର୍ବ ଭାରତୀୟ ରାଙ୍କିଙ୍ଗ କାଇଟ ସର୍ପିଙ୍ଗ ଚମ୍ପିୟାନଶିପରେ ଓଡିଶାକୁ ମିଳିଲା ତିନୋଟି ପଦକ। ତାମିଲନାଡୁର ଟୁଟିକୋରିନରେ ଆୟୋଜିତ ଏହି ଚମ୍ପିୟାନଶିପରେ ଓଡିଶାରୁ ଚାରି ଜଣ ଭାଗ ନେଇଥିଲେ । ସେମାନଙ୍କ ମଧ୍ୟରୁ ତିନି ଜଣ ପଦକ ହାସଲ କରିଛନ୍ତି । ସର୍ବକନିଷ୍ଠ ପ୍ରତିଯୋଗୀ ଭାବେ ସୌମ୍ୟଜିତ୍ ରାୟ ରୌପ୍ୟ ପଦକ ହାସଲ କରିଥିବା ବେଳେ, ବାଳିକା ବିଭାଗରେ ଲିନାରାଣୀ ଗଙ୍ଗଦେବ ମଧ୍ୟ ରୌପ୍ୟ ପଦକ ହାସଲ କରିଥିଲେ । ସେହିଭଳି ବିଶାଖା ରାୟ ବ୍ରୋଞ୍ଚ ପଦକ ହାସଲ କରିଛନ୍ତି।

ସିନିୟର୍ ବର୍ଗରେ ଅନ୍ୟ ଯୁବ ପ୍ରତିଯୋଗୀ ନରେଶ ମଙ୍ଗରାଜଙ୍କୁ ସାନ୍ତ୍ଵନା ମୂଳକ ପୁରସ୍କାରରେ ସନ୍ତୁଷ୍ଟ ରହିବାକୁ ପଡ଼ିଥିଲା। ପ୍ରତିଯୋଗୀ ମାନେ ଓଡ଼ିଶା ଆସିବା ପରେ ଓଡିଶା ୟାଚିଙ୍ଗ ଆସୋସିଏସନ ପକ୍ଷରୁ ସମସ୍ତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଜାତୀୟ ସ୍ତରୀୟ ପ୍ରତିଯୋଗିତା ରେ ଭାଗ ନେଇ ଓଡ଼ିଶା ପାଇଁ ସୁନାମ ଅର୍ଜନ କରିଥିବା ଖେଳାଳି ମାନେ ବହୁତ୍ ଖୁସି ଅଛନ୍ତି। ଆଗକୁ ଅଲମ୍ପିକ୍ସ ରେ ଭାଗ ନେବା ପାଇଁ ଲକ୍ଷ୍ୟ ରଖିଥିବା କଥା କହିଛନ୍ତି।

ଓଡିଶା ୟାଚିଙ୍ଗ ଆସୋସିଏସନର ପ୍ରତିଷ୍ଠାତା ସବିର୍ ବକ୍ସ ମଧ୍ୟ ପ୍ରତିଯୋଗୀ ମାନଙ୍କ ସଫଳତା ନେଇ ବେଶ୍ ଗର୍ବ ଅନୁଭବ କରିଛନ୍ତି । ସୌମ୍ୟଜିତ୍ ରାୟ ଉକ୍ତ ପ୍ରତିଯୋଗିତାରେ ଅଳ୍ପକେ ସ୍ଵର୍ଣ୍ଣ ପଦକ ପାଇବାରୁ ବଞ୍ଚିତ ହୋଇଛନ୍ତି । କିନ୍ତୁ ସମସ୍ତ ପ୍ରତିଯୋଗୀ ମାନେ ଓଡ଼ିଶାର ସୁନାମ ଅର୍ଜନ ପାଇଁ ଶତ ଚେଷ୍ଟା କରିଥିଲେ ଓ ରାଜ୍ୟ ସରକାର ମଧ୍ୟ ଅନେକ ସହଯୋଗ କରିଥିବା କଥା କହିଛନ୍ତି ସବୀର ବକ୍ସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.