ମହାନଦୀ ଟ୍ରିବୁନାଲ ପ୍ରସଙ୍ଗକୁ ନେଇ ସୌମ୍ୟଙ୍କ ମନ୍ତବ୍ୟ, ଆମ ଭାଇ ହେଉଛନ୍ତି ଭଗାରୀ

ଜଳସମ୍ପଦ ଦୃଷ୍ଟିରୁ ପ୍ରଭୁ ଜଗନ୍ନାଥଙ୍କ ପାଖରେ କୃତଜ୍ଞ ରହିବା ଦରକାର। ପ୍ରକୃତି ଆମକୁ ଯାହା ଦେଇଛନ୍ତି, ସେଥିରେ ଆମ ଭାଇ ହେଉଛନ୍ତି ଭଗାରୀ। ପଡୋଶୀ ରାଜ୍ୟ ମାନେ ଯେଉଁମାନେ ଆମ ଆରମ୍ଭରୁ ଅଛନ୍ତି, ସେମାନେ ଆମର କିଛି ପରିମାଣରେ ବାଧକ ସାଜୁଛନ୍ତି ।

କେନ୍ୟୁଜ୍(ବ୍ୟୁରୋ): ଓଡିଶା ଜଳସମ୍ପଦରେ ଭରପୁର। ପ୍ରଭୁ ଜଗନ୍ନାଥ ଆମକୁ ସବୁ ଦୃଷ୍ଟିରୁ ସବୁ କିଛି ଦେଇଛନ୍ତି।  ଭୂଇଁ ଉପରେ ଦେଇଛନ୍ତି ଜଙ୍ଗଲ ଭୂଇଁ ତଳେ ଦେଇଛନ୍ତି ଖଣି ଏବଂ ଭୂଇଁ କଡରେ ଦେଇଛନ୍ତି ବେଳାଭୂମି ସମୁଦ୍ର , ନଦାନଦୀ। ଜଳସମ୍ପଦ ଦୃଷ୍ଟିରୁ ପ୍ରଭୁ ଜଗନ୍ନାଥଙ୍କ ପାଖରେ କୃତଜ୍ଞ ରହିବା ଦରକାର। ପ୍ରକୃତି ଆମକୁ ଯାହା ଦେଇଛନ୍ତି, ସେଥିରେ ଆମ ଭାଇ ହେଉଛନ୍ତି ଭଗାରୀ। ପଡୋଶୀ ରାଜ୍ୟ ମାନେ ଯେଉଁମାନେ ଆମ ଆରମ୍ଭରୁ ଅଛନ୍ତି, ସେମାନେ ଆମର କିଛି ପରିମାଣରେ ବାଧକ ସାଜୁଛନ୍ତି ।

ପ୍ରକୃତି ଆମକୁ ଯେତିକି ଦଉଚି, ପଡୋଶୀଙ୍କ ସହ କଳି ନ କରି ତତ୍ପରନାସ୍ତି ଉଦ୍ୟମ କରିବା ଉଚିତ। ଯେତିକି ବାକି ପାଣି ମିଳୁଛି ବ୍ରାହ୍ମଣୀ ବୈତରଣୀ ହେଉ ତାହାର ପାଣି କେମିତି ସମୁଦ୍ରରେ ବହି ନ ଯାଉ ଆମେ ତାଙ୍କୁ କୌଣସି ଉପାୟରେ ଅଟକାଇବା।  ଆମର ଭୂତଳ ଜଳସ୍ତରକୁ ବଢାଇବା ଏବଂ ଜଳସମ୍ପଦରେ ଆମେ ଯେତିକି ସମୃଦ୍ଧ ଥିଲେ, ଆମେ ତାଙ୍କୁ ଗରିବ ହେବାକୁ ଦେବାନି ।

Leave A Reply

Your email address will not be published.