କ୍ରାଇମବ୍ରାଞ୍ଚ ଏଡିଜିଙ୍କୁ ଭେଟିଲେ ସୌମ୍ୟଙ୍କ ବାପା, ବିଦ୍ୟାଭାରତୀଙ୍କୁ ଗିରଫ ପାଇଁ କଲେ ଦାବି

ପାରଳାଖେମୁଣ୍ଡି (କେନ୍ୟୁଜେ): ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ADGଙ୍କୁ ଭେଟିଲେ ସୌମ୍ୟଙ୍କ ବାପା। ବିଦ୍ୟାଭାରତୀଙ୍କୁ ଗିରଫ କରିବା ପାଇଁ ଦାବି କରିବା ସହ ସଠିକ୍‌ ତଦନ୍ତ କରିବା ପାଇଁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ସୌମ୍ୟଙ୍କ ମୃତ୍ୟୁକୁ ୭୫ ଦିନ ବିତିଗଲାଣି। ହେଲେ ଏପର୍ଯ୍ୟନ୍ତ ରହସ୍ୟ ଉପରୁ ପରଦା ଉଠିପାରୁନି।

ଏହାଭିତରେ ପତ୍ନୀ ବିଦ୍ୟାଭାରତୀ, ଡିଏଫଓ ସଂଗ୍ରାମ କେଶରୀ ବେହେରା ଓ ରୋଷେୟା ମନ୍ମଥ କୁମ୍ଭଙ୍କ ଲାଏ ଡିଟେକସନ୍‌ ଟେଷ୍ଟ ସରିଛି। ଏବେ କ୍ରାଇମବ୍ରାଞ୍ଚ ହାତରେ ରହିଛି ତଦନ୍ତଭାର। ରିପୋର୍ଟ ଆଧାରରେ ତଦନ୍ତର ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରିବ କ୍ରାଇମବ୍ରାଞ୍ଚ ।

Leave A Reply

Your email address will not be published.