ରାଜ୍ୟ

ଦକ୍ଷିଣ ଏସିଆ ମହିଳା ସମ୍ମିଳନୀ ଉଦ୍‍ଯାପିତ, ଶିକ୍ଷା ହିଁ କନ୍ୟା ସନ୍ତାନର ତୃତୀୟ ନୟନ: ଅଚ୍ୟୁତ ସାମନ୍ତ

ଭୁବନେଶ୍ୱର(କେନ୍ୟୁଜ୍):  ଦୁଇ ଦିନ ଧରି କିଟ୍‍ରେ ଚାଲିଥିବା ଦକ୍ଷିଣ ଏସିଆ ମହିଳା ସମ୍ମିଳନୀ ଶନିବାର ଉଦ୍‍ଯାପିତ ହୋଇଯାଇଛି । ଉଦ୍‍ଯାପନୀ ଉତ୍ସବରେ ଉଦ୍‍ବୋଧନ ଦେଇ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଲେ, ଶିକ୍ଷା ହେଉଛି ପ୍ରତ୍ୟେକ କନ୍ୟା ସନ୍ତାନଙ୍କ ତୃତୀୟ ନୟନ । ଶିକ୍ଷା ଜରିଆରେ କିଟ୍‍ ଓ କିସ୍‍ ଏଠାରେ ଅଧ୍ୟୟନ କରୁଥିବା ବହୁ ଛାତ୍ରୀଙ୍କ ଜୀବନରେ ପରିବର୍ତ୍ତନ ଅଣାଇପାରିଛି ଏବଂ ସେମାନେ ସମାଜର ଜଣେ ଜଣେ ପରିବର୍ତ୍ତନକାରୀ ଭାବେ ସମାଜରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛନ୍ତି । କିଟ୍‍ ଓ କିସ୍‍ ସର୍ବଦା ଲିଙ୍ଗଗତ ସାମ୍ୟତା ଉପରେ ଗୁରତ୍ୱ ଦେଇ ଆସିଛି । ଏଠାରେ ୬୦ ପ୍ରତିଶତରୁ ଊର୍ଦ୍ଧ୍ୱ ଛାତ୍ରୀ ଶିକ୍ଷା ଲାଭ କରୁଥିବା ବେଳେ ୫୦ ପ୍ରତିଶତରୁ ଊର୍ଦ୍ଧ୍ୱ ମହିଳା କର୍ମଚାରୀ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଦାୟିତ୍ୱ ନିର୍ବାହ କରୁଛନ୍ତି ।

କିଟରେ ଏଭଳି ଅନ୍ତର୍ଜାତୀୟ କାର୍ଯ୍ୟକ୍ରମକୁ ସ୍ୱାଗତ କରି ଏଭଳି କାର୍ଯ୍ୟକ୍ରମ ଆୟୋଜନ ଦ୍ୱାରା ନାରୀ ପ୍ରଗତି ଓ ଲିଙ୍ଗ ବୈଷମ୍ୟ ଦୂର କରିବା ନେଇ ବହୁ ନିଷ୍କର୍ଷ ବାହାରି ପାରିବ ବୋଲି ସେ ଆଶାବ୍ୟକ୍ତ କରିଥିଲେ । ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ କମିଶନର ତଥା ସଚିବ ଭାସ୍କର ଜ୍ୟୋତି ଶର୍ମା କହିଲେ, ଭାରତର ବିଭିନ୍ନ ଅଗ୍ରଣୀ ଶିକ୍ଷାନୁଷ୍ଠାନଗୁଡ଼ିକରେ ବିଭିନ୍ନ ପାଠ୍ୟକ୍ରରେ ଛାତ୍ରଙ୍କ ଅପେକ୍ଷା ଛାତ୍ରୀମାନେ ଉତ୍ତମ ପ୍ରଦର୍ଶନ କରୁଥିଲେ ମଧ୍ୟ ଇଂଜିନିୟରିଂ ବିଭଗରେ ଛାତ୍ରୀଙ୍କ ପ୍ରଦର୍ଶନ ଛାତ୍ରଙ୍କଠାରୁ କମ୍‍ ରହିଛି । ଆଇଆଇଟି, ଏନ୍‍ଆଇଟି ଭଳି ଇଂଜିନିୟରିଂ ଅନୁଷ୍ଠାନଗୁଡ଼ିକରେ ଛାତ୍ରୀଙ୍କ ପ୍ରଦର୍ଶନ ଯେଭଳି ଭଲ ହେବ ସେଥିପାଇଁ ଆମକୁ ସୁଚିନ୍ତିତ ଯୋଜନା ପ୍ରସ୍ତୁତ କରିବାକୁ ପଡ଼ିବ ।

ପ୍ରଜ୍ୱଳାର ସହପ୍ରତିଷ୍ଠାତ୍ରୀ ସୁନିତା କ୍ରିଷ୍ଣନ୍‍ ଭର୍ଚୁଆଲ୍‍ରେ ଯୋଗଦେଇ ଶିକ୍ଷା ଜରିଆରେ ଜନଜାତି ଛାତ୍ରୀଙ୍କ ଜୀବନରେ ବ୍ୟାପକ ପରିବର୍ତ୍ତନ ଆଣିଥିବାରୁ କିସ୍‍କୁ ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମରେ ଜର୍ମାନ୍‍ ପଲିସି କୋହେରେନ୍‍ସ ୟୁଏନ୍‍ ସିଷ୍ଟମ୍‍ ଷ୍ଟାଫ କଲେଜର ଲର୍ଣ୍ଣଂ ପୋର୍ଟଫୋଲିଓ ମ୍ୟାନେଜର ସିମୋନା କୋଷ୍ଟାଞ୍ଜୋ ସୋ, ହାଇଦ୍ରାବାଦ୍‍ସ୍ଥିତ ୟୁଏସ୍‍ କନ୍‍ସୁଲେଟ୍‍ ଜେନେରାଲ୍‍ର ଷ୍ଟ୍ରାଟେଜିକ୍‍ ପବ୍ଲିକ୍‍ ଏନ୍‍ଗେଜମେଣ୍ଟ ପରାମର୍ଶଦାତା ସଲିଲ କାଦେର, କିସ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଦୀପକ କୁମାର ବେହେରା ପ୍ରମୁଖ ଯୋଗଦେଇ ବିଭିନ୍ନ କ୍ଷେତ୍ରରେ ଲିଙ୍ଗଗତ ସମାନତା ଓ ମହିଳା ସଶକ୍ତିକରଣ ଉପରେ ଆଲୋକପାତ କରିଥିଲେ ।

KNews Bureau

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

30 mins ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

1 hour ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

2 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

2 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

3 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

4 hours ago